ସିଡିରୁ ପଡିଯାଉଥିଲେ ପ୍ରିୟଙ୍କା, ଏମିତି ଭାବରେ ସୁରକ୍ଷା ଦେଲେ ନିକ୍

ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ କେମେଷ୍ଟ୍ରୀକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଦୁହେଁ ନିଜର ବୈବାହିକ ଜୀବନକୁ ଖୁବ ଏଞ୍ଜୟ କରୁଛନ୍ତି। ଦୁହିଁଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ। ଯାହାକୁ ଫ୍ୟାନ୍ସମାନେ ବହୁତ ପସନ୍ଦ ମଧ୍ୟ କରନ୍ତି। ଏବେ ପ୍ରିୟଙ୍କା ଚୋପ୍ରାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ସିଡିରୁ ଖସିଯାଉଥିବାର ଦେଖାଯାଉଛନ୍ତି। ଏହି ଭିଡିଓରେ ପ୍ରିୟଙ୍କା ସ୍ବାମୀ ନିକଙ୍କ ସହିତ ଏକ ମ୍ୟୁଜିକ କନସର୍ଟରୁ ବାହାରକୁ ଆସୁଥିବାର ଦେଖାଯାଉଛି।

nickଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ପ୍ରିୟଙ୍କା ମିଡିଆକୁ ଦେଖି ହ୍ୟାଲୋ କହୁଛନ୍ତି। ଏହି ସମୟରେ ତାଙ୍କ ଧ୍ୟାନ ସିଡି ଆଡକୁ ନ ରହିବା କାରଣରୁ ସେ ତଳେ ପଡିଯାଉଥିଲେ ଏହି ସମୟରେ ନିକ୍ ତାଙ୍କୁ ଧରି ପକାଇଲେ। ଯାହାଦ୍ବାରା ସେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଗଲେ।

ପ୍ରିୟଙ୍କାଙ୍କର ଏହି ଭିଡିଓ ବହୁତ ମନମୁଗ୍ଧକର ଥିଲା। ଏହା ପୂର୍ବରୁ ନିକଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଗୋବିନ୍ଦାଙ୍କ ଗୀତ ‘ମେରି ପ୍ୟାଣ୍ଟ ଭି ସେକ୍ସୀ’ରେ ନାଚୁ ଥିବାର ନଜର ଆସିଥିଲେ। ଏହି ଯୋଡି କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି।

 

View this post on Instagram

 

Her reaction 😂😂😂 god she’s adorable 😂😂❤❤ @priyankachopra

A post shared by Priyanka Chopra Online (@priyankaonline) on