MMS ଲିକ୍ ଘଟଣା: ମୁହଁ ଖୋଲିଲେ ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ, କହିଲେ କିଛି ଏମିତି
ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ ଯିଏ ପ୍ରତିଦିନ ନିଜର କିଛି ନା କିଛି ଫଟୋ ଏବଂ ନୃତ୍ୟ ଭିଡିଓ ସେୟାର କରି ସହିତ ପ୍ରଶଂସକଙ୍କୁ ନିଜ ଆଡକୁ ଟାଣି ରଖନ୍ତି । କିନ୍ତୁ ଗତ ବର୍ଷ ଅଭିନେତ୍ରୀଙ୍କ ଏକ ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଯାହାକୁ ନେଇ ସେ ମୁହଁ ଖୋଲିଛନ୍ତି।
ଅନେକ ଅଭିନେତ୍ରୀ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ଏବଂ ଅନେକ ସମୟରେ ଆକର୍ଷଣୀୟ ପୋଷ୍ଟ ଅପଲୋଡ୍ କରନ୍ତି । ସେହିପରି ଭୋଜପୁରୀ ଅଭିନେତ୍ରୀ ପ୍ରିୟଙ୍କା ପଣ୍ଡିତ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଯିଏ ପ୍ରତିଦିନ ନିଜର କିଛି ନା କିଛି ଫଟୋ ଏବଂ ନୃତ୍ୟ ଭିଡିଓ ସେୟାର କରି ସହିତ ପ୍ରଶଂସକଙ୍କୁ ନିଜ ଆଡକୁ ଟାଣି ରଖନ୍ତି । କିନ୍ତୁ ଗତ ବର୍ଷ ଅଭିନେତ୍ରୀଙ୍କ ଏକ ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଆଉ ସେବେଠାରୁ ପ୍ରିୟଙ୍କାଙ୍କ ପିଛା ଛାଡୁନି ଅପବାଦ। ବାରମ୍ବାର ସେ ସମାଲୋଚନାର ସମ୍ମୁଖୀନ ହୋଇଚାଲିଛନ୍ତି।
ଏମିତି ଅନେକ ଭୋଜପୁରୀ ଅଭିନେତ୍ରୀ ଅଛନ୍ତି, ଯାହାଙ୍କର ବ୍ୟକ୍ତିଗତ ଭିଡିଓ ଅତୀତରେ ଭାଇରାଲ ହୋଇଥିବା ନଜିର ରହିଛି। ଅନେକ ଅଭିନେତ୍ରୀ ଏହି ବିଷୟରେ କୌଣସି କମେଣ୍ଟ ଦେବାକୁ ଭଲପାଆନ୍ତି ନାହିଁ। କିନ୍ତୁ, ପ୍ରିୟଙ୍କା ଏହାକୁ ଚୁପଚାପ୍ ସହ୍ୟ କରିବାଲା ନୁହଁନ୍ତି। ପ୍ରିୟଙ୍କା ନିକଟରେ ମୁହଁ ଖୋଲିଛନ୍ତି ଏବଂ ଦାବି କରିଛନ୍ତି ଯେ ତାଙ୍କୁ ବଦନାମ କରିବା ପାଇଁ କେହି ସେହି ଭିଡିଓରେ ତାଙ୍କ ନାମ ଯୋଡିଛି। ସୋସିଆଲ ମିଡିଆରେ ସେ କହିଛନ୍ତି ଯେ, ତାଙ୍କର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି। ପ୍ରିୟଙ୍କା ପଣ୍ଡିତ ଏହାସହ କହିଛନ୍ତି ଯେ ତାଙ୍କ କ୍ୟାରିୟର ଏଥିପାଇଁ ନଷ୍ଟ ହୋଇଯାଇଛି।
ଏହି ଅଭିନେତ୍ରୀ ପୂର୍ବରୁ ଆଇନର ସହାୟତା ନେଇଥିଲେ ଏବଂ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ପ୍ରିୟଙ୍କା ନିଜର ନୀରବତା ଭାଙ୍ଗି ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ଭାଇରାଲ୍ ଭିଡିଓରେ ନାହାଁନ୍ତି। କେହି ତାଙ୍କର ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ଏଭଳି ତାଙ୍କକ ନା ମିଛରେ ଯୋଡିଛି । ଏହି ସମୟରେ, ପ୍ରିୟଙ୍କା ପଣ୍ଡିତ ହାତରେ ବହୁତ ଫିଲ୍ମ ରହିଛି। ‘ଦିଲ୍ ମତ୍ ଦେନା ମେରି ସୌତନ୍ କୋ’, ‘ବେହେନୋଇ ଜୀ’, ‘ମେରେ ପ୍ୟାର୍ କୋ ତୁମ୍ ଭୁଲା ତୋ ନା ଦୋଗେ’ ଏବଂ ଫ ରାଜୁ ସିଂଙ୍କ ବିପକ୍ଷରେ ‘ପୋଲିସ୍ ଗିରି’ ଭଳି ଅନେକ ଚଳଚ୍ଚିତ୍ର ।