ଲାଲକିଲ୍ଲା ଆକ୍ରମଣର ଦୋଷୀଙ୍କୁ ଜଲ୍ଦି ଫାଶୀ! ଡେଥ୍ ଓ୍ଵାରେଣ୍ଟ ଜାରି କରିବାକୁ କହିଲା ତିହାର ଜେଲ୍
ଲାଲକିଲ୍ଲା ଉପରେ ଆକ୍ରମଣ କରିଥିବା ଆତଙ୍କୀ ଆରିଫ୍ଙ୍କୁ ଜଲ୍ଦି ଫାଶୀ ହୋଇପାରେ। ଏଥିପାଇଁ ତିହାର ଜେଲ କୋର୍ଟଙ୍କୁ ପତ୍ର ଲେଖିଛି। ଜେଲ ପ୍ରଶାସନ ଡେଥ୍ ଓ୍ଵାରେଣ୍ଟ ଜାରି କରିବାକୁ କୋର୍ଟଙ୍କ ନିକଟରେ ଦାବି କରିଛି।
ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫ୍ଙ୍କୁ ଫାଶୀ ହୋଇପାରେ। ଏଥିପାଇଁ ଡେଥ୍ ଓ୍ଵାରେଣ୍ଟ ଜାରି କରିବାକୁ ତିହାର ଜେଲ୍ ପ୍ରଶାସନ କହିଛି। ଜେଲ୍ ପ୍ରଶାସନ କୋର୍ଟଙ୍କୁ ଚିଠି ଲେଖିଛି। ବର୍ଷ ୨୦୦୦ରେ ମହମ୍ମଦ ଆରିଫ୍ ଲାଲଜିଲ୍ଲା ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୨ ଜଣ ଯବାନ ସହିଦ ହୋଇଥିଲେ।
ଗତ ଫେବୃୟାରୀ ୩ରେ ତିସ୍ ହଜାରୀ କୋର୍ଟ ASJ ଓପି ସୈନିଙ୍କ କୋର୍ଟଙ୍କୁ ତିହାର ଜେଲ୍ ପତ୍ର ଲେଖିଥିଲା। ସୁପ୍ରିମ୍ କୋର୍ଟ ଏବଂ ରାଷ୍ଟ୍ରପତିଙ୍କଠାରୁ କ୍ଷମା ପିଟିସନର ବିକଳ୍ପ ମଧ୍ୟ ଦୋଷୀ ମହମ୍ମଦ ଆରିଫ୍ଙ୍କର ଶେଷ ହୋଇସାରିଛି। ଏବେ ତିହାର ଜେଲ୍ ପ୍ରଶାସନ ଡେଥ୍ ଓ୍ଵାରେଣ୍ଟର ତାରିଖକୁ ଅପେକ୍ଷା କରିଛି।
ସୂଚନାଥାଉ କି, ୨୨ ଡିସେମ୍ବର ୨୦୦୦ରେ ଲାଲକିଲ୍ଲା ଉପରେ ଆକ୍ରମଣ ହୋଇଥିଲା। ୬ ଆତଙ୍କୀ ଲାଲକିଲ୍ଲାରେ ପଶିଥିଲେ। ଏ ସମସ୍ତ ଆତଙ୍କୀ ଲସ୍କର-ଏ-ତୈୟବାର ଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୨ ଯବାନଙ୍କ ସମେତ ୩ ଜଣ ସହିଦ ହୋଇଥିଲେ। ଲାଲକିଲ୍ଲାରେ ପଶି ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ଲାଲକିଲ୍ଲା ଆକ୍ରମଣ ମାମଲାରେ ଆତଙ୍କୀ ମହମ୍ମଦ ଆରିଫ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଖୁବ୍ ଜଲ୍ଦି ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ।