ଅଭିନୟ କରିବେ ବୋନି କପୁର; ବାପାଙ୍କ ଆକ୍ଟିଂ ଡେବ୍ୟୁ ବିଷୟରେ ଏମିତି ଖୁଲାସା କଲେ ଝିଅ ଜାହ୍ନବୀ କପୁର

ବଲିଉଡ୍‌ର ଜଣାଶୁଣା ଫିଲ୍ମ ପ୍ରଡ୍ୟୁସର ତଥା ଜାହ୍ନବୀ ଓ ଖୁସି କପୁରଙ୍କ ବାପା ବୋନି କପୁର ଏବେ ଆକ୍ଟିଂ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ଲଭ୍‌ ରଞ୍ଜନଙ୍କ ଫିଲ୍ମରୁ ବଲିଉଡ୍‌ ଡେବ୍ୟୁ କରିବେ। ଅନେକ କଳାକାରଙ୍କୁ କ୍ୟାମେରା ସାମ୍ନାରେ ଆକ୍ଟିଂ ଶିଖାଇଥିବା ବୋନି ଏବେ ନିଜେ ଆକ୍ଟିଂ କରିବାର ନଜର ଆସିବେ।

ନିକଟରେ ଏକ ଇଣ୍ଟରଭ୍ୟୁରେ ଜାହ୍ନବୀ ନିଜ ବାପାଙ୍କ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା ଖୁଲାସା କରିଥିଲେ। ଜାହ୍ନବୀ କହିଥିଲେ, ସେ ନିଜ ବାପାଙ୍କୁ ଅଭିନୟ ପାଇଁ ପ୍ରେରିତ କରିଥିଲେ। ସେ ଆହୁରି ବି କହିଥିଲେ ଯେ ଯଦି ତାଙ୍କ ବାପାଙ୍କ ପାଖରେ ବିଜନେସ୍‌ ଏବଂ ଭାଇଙ୍କ କ୍ୟାରିୟର ସମ୍ଭାଳିବାର ଦାୟିତ୍ୱ ନ ଥାଆନ୍ତା, ତେବେ ସେ ଜଣେ ଅଭିନେତା ହୋଇ ଥାଆନ୍ତେ।

ଜାହ୍ନବୀ ଯେତେବେଳେ ନିଜ ବାପାଙ୍କ ଡେବ୍ୟୁ ବିଷୟରେ ଜାଣିବାକୁ ପାଇଲେ, ତ ସେ କହିଥିଲେ କି, ‘ଏହି ଫିଲ୍ମରେ କାମ କର। ଏହି ବୟସରେ କାହାକୁ ନୂଆ କ୍ୟାରିୟରରେ ହାତ ମାରିବାକୁ ମଉକା ମିଳିଥାଏ’?

ସେପଟେ ବୋନି କପୁରଙ୍କ ଅପକମିଙ୍ଗ୍‌ ଫିଲ୍ମ ଦେଖିଲେ, ଏଥିରେ ତାଙ୍କ ବ୍ୟତୀତ ରଣବୀର କପୁର, ଶ୍ରଦ୍ଧା କପୁର ଓ ଡିମ୍ପଲ କପାଡିୟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର କିଛି ଅଂଶର ଶୁଟିଂ ଦିଲ୍ଲୀ, ମୁମ୍ବାଇ ଏବଂ ସ୍ପେନ୍‌ରେ ପୂରା ହୋଇଛି।

 

View this post on Instagram

 

A post shared by Janhvi Kapoor (@janhvikapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.