Below header

ରାଜନୈତିକ ଦଳ ଗଢିବେନି ରଜନୀକାନ୍ତ, ସ୍ୱାସ୍ଥ୍ୟଗତ କାରଣରୁ ନେଲେ ଏଭଳି ନିଷ୍ପତ୍ତି

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଜନୈତିକ ଦଳ ନ ଗଢିବାକୁ ଘୋଷଣା କଲେ ରଜନୀକାନ୍ତ । ରଜନୀକାନ୍ତ କହିଛନ୍ତି ରାଜନୀତିକୁ ପ୍ରବେଶ ନକରି ମଧ୍ୟ ମୁଁ ଜନସେବା କରିପାରିବି । ସେ କହିଛନ୍ତି ଏହି ଅସୁସ୍ଥତାକୁ ମୁଁ ସତର୍କବାଣୀଭାବେ ଗ୍ରହଣ କରିଛି ।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ବୋଲି କହିଥିଲେ। ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ ବୋଲି ଘୋଷଣା କରିଥିଲେ । ଏନେଇ ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ମାତ୍ର ଅଚାନକ ଦେହ ଖରାପ ହେବାରୁ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.