ହାର୍ଟ ସର୍ଜରୀ ପରେ ଘରକୁ ଫେରିଲେ ସୁପରଷ୍ଟାର ରଜନୀକାନ୍ତ, ଫଟୋ ସେୟାର କରି ଫ୍ୟାନ୍‌ଙ୍କୁ ଦେଲେ ଖୁସି ଖବର

ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ରଜନୀକାନ୍ତ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ନିଜେ ରଜନୀକାନ୍ତ ହିଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ରଜନୀକାନ୍ତ ନିଜ ଘର ଭିତରକୁ ଯାଉଥିବା ବେଳର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଘରକୁ ଫେରିଆସିଛି।

ରଜନୀକାନ୍ତ ସୋସିଆଲ ମିଡିଆରେ ଘରକୁ ଫେରିଥିବା ବେଳର ଫଟୋ ସେୟାର କରିବା ପରେ ଫ୍ୟାନ୍‌ମାନେ ଆଶ୍ୱସ୍ତ ହୋଇଛନ୍ତି। ଏହା ସହ ରଜନୀକାନ୍ତଙ୍କର ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ ଗାଡ଼ିରେ ଘରେ ପହଞ୍ଚୁଛନ୍ତି। ତାଙ୍କ ପତ୍ନୀ ଲତା ଦୁଆର ମୁହଁରେ ତାଙ୍କ ଆରତି ଉତାରୁଛନ୍ତି।

 

View this post on Instagram

 

A post shared by RAJINIKANTH (@rajinikanthtelugufans)

ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୮ରେ ରଜନୀକାନ୍ତଙ୍କୁ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପତ୍ନୀ ଲତା ଓ ଟିମ୍‌ର କହିବାନୁସାରେ, ରଜନୀକାନ୍ତଙ୍କୁ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଆଡମିଟ୍‌ କରାଯାଇଥିଲା। କିନ୍ତୁ ପରେ ଜଣାପଡ଼ିଥିଲା ଯେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ମୁଣ୍ଡ ବୁଲାଉଥିଲା। ଏଣୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଚେକ୍‌ଅପ୍‌ କରିବା ପରେ Carotid Artery Revascularisation ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ।

ସର୍ଜରୀ ପରେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ରଜନୀକାନ୍ତ ଏବେ ସୁସ୍ଥ ଅଛନ୍ତି ଓ ଧୀରେ ଧୀରେ ରିକଭରି କରୁଛନ୍ତି। ତାଙ୍କୁ କିଛି ଦିନ ଭିତରେ ହିଁ ଡିସଚାର୍ଜ କରାଯିବ। ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ତାଙ୍କୁ ଦେଖା କରିବାକୁ କାବେରୀ ହସ୍ପିଟାଲ ଯାଇଥିଲେ। ଏହା ପରେ ଅକ୍ଟୋବର ୩୧ରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ରବିବାର ବିଳମ୍ବିତ ରାତିରେ ସେ ଘରକୁ ଫେରିଛନ୍ତି।

Leave A Reply

Your email address will not be published.