ଦୁଇ ଦୁଇଟି ମ୍ୟାଚ ହାରିବା ପରେ ବିରାଟଙ୍କ ପରିବାରକୁ ମିଳୁଛି ଧମକ ! ପାକିସ୍ତାନୀ ଖେଳାଳି ଦେଲେ ଏଭଳି ମନ୍ତବ୍ୟ

ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚକୁ ହାରିଛି ଭାରତ। ପାକିସ୍ତାନ ଠାରୁ ହାରିବା ଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ମ୍ୟାଚକୁ ମଧ୍ୟ ୮ ଓ୍ଵିକେଟରେ ହାରିଛି ଭାରତ। ଆଉ ଏବେ ଖାସ୍‌ ଏଥିପାଇଁ ଭାରତକୁ ସେମିଫାଇନାଲରେ ପହଞ୍ଚିବା ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ କିଛି ଖାସ୍‌ ରଣକୌଶଳ ଆପଣାଇବାକୁ ପଡିବ।

ଟିମ୍‌ ଇଣ୍ଡିଆ ମ୍ୟାଚ ହାରିବ ପରେ ପାକିସ୍ତାନ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜମାମ୍‌ ଉଲ-ହକ୍‌ କହିଛନ୍ତି କି, ଭାରତ ହାରିବା ପରେ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳୁଥିବା ଖବର ତାଙ୍କୁ ମିଳିଛି। ଇଞ୍ଜମାମ୍‌ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ‘ ଦ ମ୍ୟାଚ୍‌ ଓ୍ଵିନର’ରେ ଏହିକଥା କହିଛନ୍ତି।

ଇଞ୍ଜମାମ୍‌ ଆହୁରି ମଧ୍ୟ କହିଛନ୍ତି, ‘ ଏହା ଖେଳ ଆଉ ଏଥିରେ ହାର ଜିତ ଲାଗିରହିଛି। ଟିଭି କାର୍ଯ୍ୟକ୍ରମରେ ଥିବା ବେଳେ ବିରାଟଙ୍କ ଝିଅଙ୍କୁ ଧମକ ମିଳୁଛି। ଖେଳକୁ ନେଇ କେବେ ବି କାହାର ପରିବାର ଉପରେ କୌଣସି ବିପଦ ଆଣିବା ଆଦୌ ଠିକ୍‌ ନୁହେଁ। ଗତ କିଛିଦିନ ତଳେ ସାମିଙ୍କ ସହିତ ଏପରି କିଛି ଘଟିଥିଲା। ଏହାକୁ ଖେଳ ମଧ୍ୟରେ ସୀମିତ ରଖନ୍ତୁ, ଆଗକୁ ନିଅନ୍ତୁ ନାହିଁ। ଆପଣମାନେ ଭାରତର ବୋଲିଂ, ବ୍ୟାଟିଂ ଏବଂ ଟିମ୍‌ ଚୟନକୁ ନେଇ ଆଲୋଚନା କରିପାରନ୍ତି। କିନ୍ତୁ କାହା ପରିବାରକୁ ନେଇ କିଛି ବି ମନ୍ତବ୍ୟ ଦେବା ହୀନମାନସିକତା।

ସୂଚନାଯୋଗ୍ୟ, ଟି ୨୦ ବିଶ୍ୱକପରେ ଆଜି ଭାରତକୁ ୮ ଓ୍ଵିକେଟ୍‌ରେ ହରାଇଛି ନ୍ୟୁଜିଲାଣ୍ଡ । ୧୧୧ ରନର ଛୋଟିଆ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ଵିକେଟ୍ ହରାଇ ୧୪.୩ ଓଭରରେ ହାସଲ କରି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୧୧୦ ରନ୍‌ କରିଥିଲା । ସମସ୍ତ ପ୍ରମୁଖ ବ୍ୟାଟସମ୍ୟାନ୍‌ ନ୍ୟୁଜିଲାଣ୍ଡ ବୋଲିଂ ଆଗରେ ଫେଲ୍‌ ମାରିଥିଲେ । ପୂର୍ବରୁ ପାକିସ୍ତାନ ଠାରୁ ଶୋଚନୀୟ ଭାବେ ହାରିଥିବା ଭାରତ ପାଇଁ ଏବେ ଗ୍ରୁପ୍‌ରେ ଆଗକୁ ଯିବା ସହଜ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.