ଖାଲିରେ ଡ୍ରାମା କୁଇନ୍ ହୋଇନାହାଁନ୍ତି ରାକ୍ଷୀ ସାୱନ୍ତ, ଶୁଣନ୍ତୁ କଣ୍ଟ୍ରୋଭର୍ସି କୁଇନଙ୍କ ୭ ବିବାଦୀୟ ବୟାନ୍

ବଲିଉଡର ସବୁଠାରୁ ବିବାଦୀୟ ସେଲିବ୍ରିଟି ରାକ୍ଷୀ ସାୱନ୍ତ । ପ୍ରସଙ୍ଗ ଯାହା ବି ହେଉ ନା କାହିଁକି ରାକ୍ଷୀ ତା ଉପରେ ନିଜର ବୟାନ୍ ଦେବା ସୁନିଶ୍ଚିତ । ଅଜବ ଗଜବ ବୟାନ୍ ଦେଉଥିବା ଏହି ଡ୍ରାମା କୁଇନଙ୍କ କଥା ହିଁ ଅଲଗା । ସେ ଅନେକ ସମୟରେ ନିଜ ଇନଷ୍ଟାଗ୍ରାମରେ ଏମିତି କିଛି ଭିଡିଓ ସେୟାର୍ କରିଥାନ୍ତି ଯାହାକୁ ଦେଖିଲେ ଆପଣ ନିଜ ହସ ରୋକି ପାରିବେନି । ଏହା ସହ ଏକଥା ଭାବିବାକୁ ବାଧ୍ୟ ହେବେ ଯେ କେମିତି ଜଣେ ଏମିତି ବୟାନ୍ ଦେଇପାରେ ।

ଆସନ୍ତୁ ଦେଖିବା ରାକ୍ଷୀ ଙ୍କ ସାତ ବିବାଦୀୟ ବୟାନ୍ :

– ମି ଠୁ ଅଭିଯାନ ସମୟରେ ଯେତେବେଳେ ନାନା ପାଟେକରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେତେବେଳେ ନାନାଙ୍କ ସମର୍ଥନରେ ବାହାରିଥିଲେ ରାକ୍ଷୀ । ଆଉ ତନୁଶ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି ରାକ୍ଷୀ କହିଥିଲେ ତନୁଶ୍ରୀ ଜଣେ ସମଲିଙ୍ଗୀ । ସେ ମୋ ସହ ଅନେକ ଥର ଧର୍ଷଣ କରିଛନ୍ତି । କାରଣ ସେ ଭିତରୁ ଜଣେ ପୁରୁଷ । ଏହା ସହ ଏକଥା ବି ରାକ୍ଷୀ କହିଥିଲେ ଯେ , କୌଣସି ପୁରୁଷ ଆଉ ମୋତେ ବିବାହ କରିବେନି କାରଣ ତନୁଶ୍ରୀ ମୋତେ ଧର୍ଷଣ କରିଛନ୍ତି ।

– ପୁଲୱାମା ଆକ୍ରମଣ ପରେ ପାକିସ୍ତାନରେ ହୋଇଥିବା ଏୟାରଷ୍ଟ୍ରାଇକକୁ ନେଇ ସରକାରଙ୍କ ଖୁବ୍ ପ୍ରଶଂସା କରିଥିଲେ ଡ୍ରାମା କୁଇନ୍ । କହିଥିଲେ – ମୁଁ ବେଶୀ କିଛି ତ କହିପାରିବିନି କିନ୍ତୁ ନିଜ ଦେଶ ପାଇଁ ଜୀବନ ଦେଇପାରିବି । ମୋର ଇଛା ଯେ ୫୦ ରୁ ୧୦୦ କିଲୋ ବମ୍ ନେଇ ଶତ୍ରୁ ଦେଶରେ ପଶି ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବାକୁ ।

– ଗୋଟିଏ ଭିଡିଓ ସେୟାର୍ କରି ମହିଳାଙ୍କୁ ଦୁଷ୍କର୍ମ ଏବଂ ଶୋଷଣରୁ କେମିତି ରକ୍ଷା ପାଇ ହେବ ଏକ ଅଦଭୂତ ଉପାୟ କହିଥିଲେ । ଏହି ଆବିଷ୍କାର ମହିଳାଙ୍କ ହିତ ପାଇଁ ବୋଲି କହିଥିଲେ ରାକ୍ଷୀ । ଏବେ କଣ ଏହି ଆବିଷ୍କାର ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।

 

– ଅଭିନେତା କୁନାଲ୍ ରୟ କପୁରଙ୍କୁ ଅଭିନୟ ଶିଖାଇବା କଥା ମଧ୍ୟ କହିଛନ୍ତି ରାକ୍ଷୀ । କୁନାଲ୍ ରୟ କପୁରଙ୍କ ଏକ କଣ୍ଡୋମ ବିଜ୍ଞାପନ ଦେଖି ରାକ୍ଷୀ କହିଥିଲେ ସରନେମରେ କପୁର ଲଗାଇଲେ କେହି ଷ୍ଟାର୍ ହୋଇ ଯାଏନାହିଁ । ଯଦି ତମେ ଅଭିନୟ ଶିଖିବାର ଅଛି ତେବେ ମୋ ପାଖକୁ ଆସ, ମୋ ନିକଟରେ ପ୍ରତିଭା ଭରପୁର ଅଛି ।

 

– ସେହିପରି ଆଉ ଏକ ଭିଡିଓ ସେୟାର୍ କରି କହିଥିଲେ ଦୁନିଆରେ ଅନେକ ମହାନ ଲୋକ ଅଛନ୍ତି ଯେଉଁମାନେ ନିଜ ଶରୀରର ବିଭିନ୍ନ ଅଙ୍ଗ ଦାନ କରିଥାନ୍ତି । ମୁଁ ବି ଦୁନିଆକୁ କିଛି ଦାନ କରିବାକୁ ଚାହୁଁଛି । ତେବେ ମୋ ପାଖରେ ତ କିଛି ନାହିଁ ତେଣୁ ମୁଁ ମୋ ସ୍ତନ ଦାନ କରିବାକୁ ଚାହେଁ ।

 

 

View this post on Instagram

 

#aishwaryaraibachchan #aishwaryarai

A post shared by Rakhi Sawant (@rakhisawant2511) on


– ସେହିପରି ବିଗ୍ ବସ୍ ସିଜିନ ୧୨ ର ପ୍ରତିଯୋଗୀ ଅନୁପ ଜଲୋଟା ଏବଂ ଜସଲିନ୍ ମଥାରୁଙ୍କୁ ନେଇ ଅନେକ କଥା କହିଥିଲେ । କହିଥିଲେ ଅନୁପ ଜଲୋଟା ତ ଠିକରେ ଚାଲିପାରୁ ନାହାଁନ୍ତି କାଣ୍ଡ କଣ କରିବେ । ଏହା ସହ ଅନୁପଙ୍କୁ କହିଥିଲେ ଯଦି ଜସଲିନ୍ ଛାଡି ଚାଲି ଯାଉଛନ୍ତି ତେବେ ଚିନ୍ତା କରିବେନି, ମୁଁ ଅଛି . . . ମୁଁ ଆପଣଙ୍କ ସହ କାଣ୍ଡ କରିବି ।

– ସେହପରି ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାରେ ବୈଜ୍ଞାନିକ ରାକ୍ଷୀ ସାୱନ୍ତ କହିଥିଲେ ସିଲିଂ ଫ୍ୟାନକୁ ବ୍ୟାନ୍ କରିଦେବା ଉଚିତ୍ । ଯାହା ଫଳରେ କେହି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.