ସମସ୍ତଙ୍କ ସାମ୍ନାରେ ସ୍ୱାମୀ ରିତେଶଙ୍କୁ ଲିପ୍‌ କିସ୍‌ କଲେ ରାକ୍ଷୀ ସାଓ୍ଵନ୍ତ, ଭାଇରାଲ ହେଲା ଭିଡିଓ

ସ୍ୱାମୀଙ୍କୁ ସର୍ବସମ୍ମୁଖକୁ ଆଣୁ ନଥିବା ରାକ୍ଷୀ ସାଓ୍ଵନ୍ତ ସମସ୍ତଙ୍କ ସାମ୍ନାରେ ନିଜ ସ୍ୱାମୀ ରିତେଶଙ୍କୁ ଲିପ୍‌ କିସ୍‌ କରିଛନ୍ତି। ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପପୁଲାର ରିଆଲିଟି ଶୋ’ ବିଗ୍‌ବସ୍‌ ୧୫ର ଗ୍ରାଣ୍ଡ ଫିନାଲେର ସୁଟିଂ ସାରି ଫେରିବା ବେଳକୁ ଗଣମାଧ୍ୟମର ପ୍ରତିନିଧିମାନେ ରାକ୍ଷୀ ସାଓ୍ଵନ୍‌ ଓ ତାଙ୍କ ସ୍ୱାମୀ ରିତେଶଙ୍କୁ ଘେରି ଯାଇଥିଲେ। ଏ ଅବସରରେ ଉଭୟେ ରାକ୍ଷୀ ଓ ରିତେଶ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ। ଏହି ସମୟରେ ହିଁ ରାକ୍ଷୀ ରିତେଶଙ୍କୁ କିସ୍‌ କରିଥିବା ଦେଖିବାକୁ ମିଳିଥିଲା।

ବିଗ୍‌ବସ୍‌ ୧୫ର ଗ୍ରାଣ୍ଡ ଫିନାଲେର ସୁଟିଂ ସାରି ରାକ୍ଷୀ ଓ ରିତେଶ ମିଡ଼ିଆ ସାମ୍ନାରେ ପହଞ୍ଚିଥିଲେ। ଏମାନଙ୍କୁ ଦେଖି ମିଡିଆ କର୍ମୀ ରାକ୍ଷୀଙ୍କୁ ରିତେଶଙ୍କୁ କିସ୍‌ କରିବାକୁ କହିଥିଲେ। ରାକ୍ଷୀ ତୁରନ୍ତ ମିଡିଆ କର୍ମୀଙ୍କ କଥା ମାନିଯାଇଥିଲେ ଓ ରିତେଶଙ୍କୁ କିସ୍‌ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ରିତେଶ ଟିକେ ପଛ ଘୁଞ୍ଚା ଦେଇଥିଲେ। କିନ୍ତୁ ରାକ୍ଷୀ ରିତେଶଙ୍କୁ ଧରି ଲିପ୍‌ଲକ୍‌ କରିଥିଲେ।

ରିତେଶ ଓ ରାକ୍ଷୀଙ୍କ ପ୍ରେମ ଏତିକିରେ ସରି ନଥିଲା। ରାକ୍ଷୀ ଥରେ ନୁହେଁ ବରଂ ଦୁଇ ଥର ସ୍ୱାମୀ ରିତେଶଙ୍କୁ କିସ୍‌ କରିଥିଲେ। ଭାଇରାଲ ହେଉଥିବା ଫଟୋରେ ରାକ୍ଷୀଙ୍କ ଏକଦମ୍‌ ବିନ୍ଦାସ୍‌ ନଜର ଆସୁଥିବା ବେଳେ ରିତେଶ କିନ୍ତୁ ଲାଜ କରୁଥିବାର ଦେଖିବାକୁ ମିଳିଛି।

 

View this post on Instagram

 

A post shared by tellyyapa (@tellyyapa9)

ସୂଚନାଯୋଗ୍ୟ ଯେ ରାକ୍ଷୀ ସାଓ୍ଵନ୍ତ ବିଗ୍‌ବସ୍‌ ୧୫ରେ ସ୍ୱାମୀ ରିତେଶଙ୍କ ସହ ଓ୍ଵାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ଭାବେ ଏଣ୍ଟ୍ରି କରିଥିଲେ। ରିତେଶ ଶୋ’ ମଝିରୁ ହିଁ ବାହାରି ଆସିଥିଲେ। ସେହିପରି ରାକ୍ଷୀ ଟପ୍‌ ୬ ଯାଏଁ ଯାଇଥିଲେ। ଫିନାଲେ ସପ୍ତାହରେ ହିଁ ରାକ୍ଷୀ ଘରୁ ବେଘର ହୋଇ ଯାଇଥିଲେ। ଏହା ପରେ ଏବେ ରଶ୍ମି ଦେଶାଇ ମଧ୍ୟ ଶୋ’ରୁ ବାହାରି ଯାଇଛନ୍ତି। ଏବେ ବିଗ୍‌ ବସ୍‌ ଟପ୍‌ ୫ରେ ସମିତା ସେଟ୍ଟୀ, ନିଶାନ୍ତ ଭଟ୍ଟ, ପ୍ରତୀକ ସହଜପାଲ, ତେଜସ୍ୱୀ ପ୍ରକାଶ ଓ କରଣ କୁନ୍ଦ୍ରା ଅଛନ୍ତି।