ମେଣ୍ଢା ଚରାଇଲେ ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷୀ, ୟୁଜର୍ସ କହିଲେ ‘ ଶେଷରେ ଠିକ୍‌ କାମ ମିଳିଗଲା’

ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ପ୍ରେମିକ ଆଦିଲ ଖାନ ଦୁରାନୀଙ୍କ ସହିତ ଖୁସିରେ ଜୀବନ ବିତାଉଛନ୍ତି। ଦୁହିଁଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ରାକ୍ଷୀଙ୍କ ଭଳି ଆଦିଲ ମଧ୍ୟ ବେଶ୍‌ ଭଲ ପାଉଛନ୍ତି। ଦୁହେଁ ଏବେ ବେଶ୍‌ ଚର୍ଚ୍ଚାରେ । ଦୁହେଁ ଏବେ ଏକାଠି ଛୁଟି କାଟୁଛନ୍ତି। ଡ୍ରାମା କୁଇନ ରାକ୍ଷୀ ଏଣ୍ଟରଟେନମେଣ୍ଟ କୁଇନ୍‌। ଯାହା ବି କରନ୍ତି, ଯାହା ବି କୁହନ୍ତି ସବୁକିଛି ଭାଇରଲ ହୋଇଯାଏ। ଏବେ ରାକ୍ଷୀ ସାଓ୍ଵନ୍ତଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓରେ ରାକ୍ଷୀ ଛେଳି ମେଣ୍ଢା ଚରାଉଥିବା ଦେଖିବାକୁ ମିଳିଛି।

ଭାଇରଲ ହେଉଥିବା ଭିଡିଓରେ ରାକ୍ଷୀ ଛେଳି- ମେଣ୍ଢା ଚରାଉଥିବା ନଜର ଆସିଛନ୍ତି। ଯାହାକୁ ଦେଖି ୟୁଜର୍ସ ମଜା ନେଉଛନ୍ତି। ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଭିଡିଓରେ ରାକ୍ଷୀ ଏକ ବାଡି ଧରି ମେଣ୍ଢାକୁ ଉଡାଉଥିବା ନଜର ଆସିଥିଲେ। ରାସ୍ତାରୁ ସେମାନଙ୍କୁ ସାଇଡ୍‌ କରୁଛନ୍ତି। ରାକ୍ଷୀ ଛେଳି ପରି ମଧ୍ୟ ସ୍ୱର ବାହାର କରୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ରାକ୍ଷୀଙ୍କର ଏହି ଭିଡିଓ ଆଦିଲ ସୁଟ୍‌ କରୁଛନ୍ତି। ଆଦିଲ ଭିଡିଓ କରି ପଚାରୁଛନ୍ତି, ମେଣ୍ଢା ଚରଉଛ ? ଏହାକୁ ନେଇ ରାକ୍ଷୀ କହୁଛନ୍ତି, ଏ ସବୁ ମୋ ମେଣ୍ଡା, ଏମାନଙ୍କୁ ମୁଁ ଚରାଉଛି। ଏହି ଭିଡିଓ ଦେଖି ୟୁଜର୍ସ ହସୁଛନ୍ତି। କିଛି ରାକ୍ଷୀଙ୍କ ଅନ୍ଦାଜ ଦେଖି ପସନ୍ଦ କରୁଛନ୍ତି। ଆଉ କିଛି ଟ୍ରୋଲ କରୁଛନ୍ତି। କିଏ କହୁଛି, ରାକ୍ଷୀଙ୍କୁ କାମ ମିଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.