‘ପୁଟିନ୍‌ଙ୍କ ବ୍ରେନ୍‌’ କୁହାଯାଉଥିବା ଆଲେକ୍ସଜାଣ୍ଡର ଦୁଗିନ୍‌ଙ୍କ ଝିଅକୁ ହତ୍ୟା; ବମ୍‌ରେ ଉଡ଼ାଇ ଦେଲେ ଆକ୍ରମଣକାରୀ…

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କର ସବୁଠାରୁ ଘନିଷ୍ଠ ସହଯୋଗୀ ଆଲେକ୍ସଜାଣ୍ଡର ଦୁଗିନ୍‌ଙ୍କ ଝିଅ ଦାରିଆ ଦୁଗିନ୍‌ଙ୍କୁ ହତ୍ୟା କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ମସ୍କୋରେ ଏକ କାର୍‌ରେ ବୋମା ବିସ୍ଫୋରଣରେ ତାଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି, ଆକ୍ରମଣକାରୀମାନେ ଦାରିଆଙ୍କ ବାପା ଆଲେକ୍ସଜାଣ୍ଡର ଦୁଗିନ୍‌ଙ୍କୁ ହିଁ ଟାର୍ଗେଟ କରିଥିଲେ।

କହି ରଖୁଛୁ, ଆଲେକ୍ସଜାଣ୍ଡରଙ୍କୁ ‘ପୁଟିନ୍‌ଙ୍କ ବ୍ରେନ୍‌’ ବୋଲି କୁହାଯାଇଥାଏ। କିଛି ରିପୋର୍ଟରୁ ସାମ୍ନାକୁ ଆସିଛି ଯେ ୟୁକ୍ରେନ ଆକ୍ରମଣ ପରେ ବ୍ରିଟେନ୍‌ ଯେଉଁ ରୁଷୀୟ ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା, ସେମାନଙ୍କ ମଧ୍ୟରେ ଆଲେକ୍ସଜାଣ୍ଡର ଦୁଗିନ୍‌ ଏବଂ ତାଙ୍କ ଝିଅ ଦାରିଆ ଦୁଗିନ୍‌ ସାମିଲ ଥିଲେ। ଦାରିଆ ଜଣେ ରହସ୍ୟମୟୀ ଲେଖିକା ରୂପେ ମଧ୍ୟ ଜଣାଯାଉଥିଲେ।

putin2
photo: raja creator

ୟୁକ୍ରେନ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଆଲେକ୍ସଜାଣ୍ଡର

୬୦ ବର୍ଷୀୟ ଆଲେକ୍ସଜାଣ୍ଡର ଦୁଗିନ୍‌ ରୁଷ୍‌ର ଜଣେ ଖ୍ୟାତନାମା ରାଜନୀତିଜ୍ଞ, ଦାର୍ଶନିକ ଓ ବିଶ୍ଳେଷକ। କ୍ରିମିଆ ଏବଂ ୟୁକ୍ରେନ ଆକ୍ରମଣର ମାଷ୍ଟରମାଇଣ୍ଡ ତାଙ୍କୁ ହିଁ କୁହାଯାଇଥାଏ। ୨୦୧୫ ମସିହାରେ ଆମେରିକା ଦୁଗିନଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହିପରି କ୍ରିମିଆକୁ କବ୍‌ଜା କରିବା ବିରୋଧରେ କିଛି ୟୁରୋପୀୟ ଦେଶ ମଧ୍ୟ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.