ଲାଇଭ ମ୍ୟାଚରେ ଈଶାନ କିଷନଙ୍କ ଭୁଲ୍ ଦେଖି ରାଗିଗଲେ ଅକ୍ଷର ପଟେଲ, ପଟେଲ ମାଗିଲେ କ୍ଷମା: ଭିଡିଓ ଭାଇରଲ
ଟିମ୍ ଇଣ୍ଡିଆ ଜିମ୍ବାଓ୍ୱେ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ୫ ଓ୍ଵିକେଟରେ ଜିତିନେଇଛି। ତିନିଟି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଅ। । ହେଲେ ଦ୍ୱିତୀୟ ଦିନିକିଆ ମ୍ୟାଚର ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି। ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ଭିଡିଓରେ ଈଶାନ କିଷନଙ୍କ ଉପରେ ରାଗିଯାଉଥିବା ନଜର ଆସିଛନ୍ତି ଅକ୍ଷର ପଟେଲ। ଲାଇଭ୍ ମ୍ୟାଚରେ ଈଶାନ କିଷନ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ଅକ୍ଷର ପଟେଲ ରାଗିଯାଇଛନ୍ତି। ଆଉ ଈଶାନ ନିଜ ଭୁଲ ପାଇଁ ଅକ୍ଷର ପଟେଲଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।
ଜିମ୍ବାଓ୍ୱେ ବ୍ୟାଟିଂ ବେଳେ ୨୮ ତମ ଓଭରରେ ବୋଲିଂ କରୁଥିଲେ ଦୀପକ ହୁଡ୍ଡା । ଓଭରରେ ଦ୍ୱିତୀୟ ବଲରେ ଜିମ୍ବାଓ୍ୱେ ବ୍ୟାଟର ରିୟାନ ବର୍ଲ ଡିପ୍ ଏକ୍ସଟ୍ରା ଦିଗରେ ଏକ ସଟ୍ ଖେଳିଥିଲେ । ଫିଲ୍ଡିଂ କରୁଥିବା ଈଶାନ କିଷନ ବଲ୍ ଧରି ତାଇରେକ୍ଟ ଥ୍ରୋ କରିଥିଲେ । କିନ୍ତୁ ବଲ୍ ଷ୍ଟମ୍ପରେ ବାଜିବା ବଦଳରେ ସଟ୍ କଭରରେ ଥିବା ଅକ୍ଷରଙ୍କ ପାଖରେ ପଡିଥିଲା । ଏହି ସମୟରେ ଅକ୍ଷର ନିଜ ମୁଣ୍ଡକୁ ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।
— Richard (@Richard10719932) August 20, 2022
ସବୁଠାରୁ ଭଲ କଥା ହେଲା,ଷ୍ଟାଡିୟମରେ କୌଣସି ଅଘଟଣ ଘଟିନଥିଲା । ସେତେବେଳେ ଈଶାନ ନିଜ ଭୁଲ ବୁଝିପାରି ଥିଲେ । କିନ୍ତୁ ଅକ୍ଷର ଖୁବ୍ ରାଗିଯାଇଥିଲେ। ଏପରିକି ଅକ୍ଷର ରାଗିଯାଇ କିଛି ଈଶାନଙ୍କୁ କହିଥିଲେ । ଆଉ ଈଶାନ ନିଜ ଭୁଲ୍ ବୁଝିପାରି ଅକ୍ଷରଙ୍କୁ କ୍ଷମା ମାଗିଥିଲେ।
ସୂଚନାଯୋଗ୍ୟ, ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ୱେ ୧୬୧ ରନ୍ କରିଥିଲା । ଜବାବରେ ଭାରତ ସଞ୍ଜୁ ସାମସନ, ଶିଖର ଧାଓ୍ୱନ, ଶୁଭମନ ଗିଲଙ୍କ ବ୍ୟାଟିଂରେ ସହଜ ବିଜୟ ହାସଲ କରିନେଇଥିଲା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଘରୋଇ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର୍ କାଇଟାନୋ ମାତ୍ର ୭ରନ କରି ଆଉଟ ହୋଇଥିବା ବେଳେ ଇନୋଷେଣ୍ଟ କାଇଆ ୧୬ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଓ୍ବିସଲେ ମାଧେବେରେ ୨ରନ, ରେଜିସ୍ ଚକାଭା ୨ରନ, ସିକନ୍ଦର ରାଜା ୧୬ରନ, ସିନ୍ ଓ୍ବିଲିୟମସ୍ ୪୨ରନ, ରିୟାନ ବର୍ଲ ଅପରାଜିତ ୩୯ରନ, ଲିଉକ୍ ଜୋଙ୍ଗଓ୍ବି ୬ରନ, ବ୍ରାଡ୍ ଇଭାନ୍ସ ୯ରନ, ଭିକ୍ଟୋର ନ୍ୟାଉଚି ୦ରନ ଏବଂ ଟନାଙ୍କା ଚିଭାଙ୍ଗା ୪ରନ କରି ଆଉଟ ହୋଇଥିଲେ ।