Below header

ବର୍ଷା ଦିନରେ ଗୁଣ୍ଡିଚାଘାଗି ଜଳପ୍ରପାତର ମନୋରମ ଦୃଶ୍ୟ: ଉପଭୋଗ କରୁଛନ୍ତି ପର୍ଯ୍ୟଟକ

ଘଟଗାଁ(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାଘାଗୀ ଜଳପ୍ରପାତ। ଘଟଗାଁ ଠାରୁ ଏହି ଜଳପ୍ରପାତଟି ୧୨କିମି ଦୂରରେ ଅବସ୍ଥିତ। ବର୍ଷତମାମ ଏଠାକୁ ବଣଭୋଜି ସହ ଜଳପ୍ରପାତର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। କିନ୍ତୁ ବର୍ଷା ଦିନରେ ଏହି ଜଳପ୍ରପାତରେ ମୁଷଳ ନଦୀରେ ସୁ..ସୁ.. ଗର୍ଜନ କରି ପ୍ରବଳ ପାଣି ପ୍ରବାହିତ ହୋଇଥାଏ ।

gundicha

ଯାହା ଫଳରେ ଏହି ଦୃଶ୍ୟ ବେସ ମନମୁଗ୍ଧ କରିଥାଏ ପର୍ଯ୍ୟଟକଙ୍କୁ। ଗତକିଛି ଦିନ ହେବ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମୁଷଳ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ଥିବାରୁ ଏବେ ଜଳପ୍ରପାତରେ ପ୍ରବଳ ପାଣି ପ୍ରବାହିତ ହେଉଛି। ଏହି ମନୋରମ ଦୃଶ୍ୟକୁ ଦେଖି ବେଶ୍ ଖୁସି ଅନୁଭବ କରୁଛନ୍ତି ପର୍ଯ୍ୟଟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.