Below header

ନ୍ୟୁଡ୍ କଲରର ବିକିନି ପିନ୍ଧି ଯୋଗ କଲେ ରାକ୍ଷୀ ସାୱନ୍ତ, ୟୁଜର୍ସ କଲେ ଜୋରଦାର ଟ୍ରୋଲ; ଦେଖନ୍ତୁ ଭିଡିଓ

ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ କୌଣସି ମଉକା ଛାଡ଼ିନଥାନ୍ତି। ସେ ସବୁବେଳେ ନିଜ ଅଜବ କାମ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେଭଳି ଏକ କାମ କରି ପୁଣିଥରେ ଖବରର ଶିରୋନାମା ସାଜିଛନ୍ତି ରାକ୍ଷୀ। ରାକ୍ଷୀ ନିଜର ଏକ ଯୋଗ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀଙ୍କୁ ନିଜ ଆଉଟଫିଟ୍ ପାଇଁ ଟ୍ରୋଲ ହେବାକୁ ପଡ଼ିଛି।

ଭିଡିଓରେ ରାକ୍ଷୀ ଏକ ନ୍ୟୁଡ଼ କଲର ବା ବଡି କଲରର ସ୍ପୋର୍ଟସ ବ୍ରା ସହ ବ୍ଲୁ କଲରର ସର୍ଟସ ପିନ୍ଧିଛନ୍ତି। ନ୍ୟୁଡ଼ କଲରର ବ୍ରା ଯୋଗୁ ତାଙ୍କୁ ସମସ୍ତେ ଟ୍ରୋଲ କରୁଛନ୍ତି।

 

View this post on Instagram

 

A post shared by Rakhi Sawant (@rakhisawant2511)


ଜଣେ ୟୁଜର ଲେଖିଛନ୍ତି- ମୁଁ ପ୍ରଥମେ ଭାବିଲି ରାକ୍ଷୀ ଉପରେ କିଛି ପିନ୍ଧିନାହାନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି- ଗୋଟେ ମୁହୂର୍ତ୍ତ ପାଇଁ ମୋତେ ଲାଗିଲା ସେ ଲଙ୍ଗଳା ହୋଇଛନ୍ତି। କେବଳ ଏହି କିଛି ନୁହେଁ ୟୁଜରମାନେ ଏମିତି ଅନେକ କଥା କହିଛନ୍ତି ରାକ୍ଷୀଙ୍କୁ।

ତେବେ ରାକ୍ଷୀଙ୍କର କିଛି ଫ୍ୟାନ ଏହି ଟ୍ରୋଲରଙ୍କୁ ଜବାବ ମଧ୍ୟ ଦେଇଛନ୍ତି। ଜଣେ ଫ୍ୟାନ ଲେଖିଛନ୍ତି-ତାଙ୍କ ଇଚ୍ଛା ସେ କଣ ପିନ୍ଧିବେ। ଏହା ତାଙ୍କର ଷ୍ଟାଇଲ। ଆପଣ ନିଜ ପସନ୍ଦ ଅନୁସାରେ ଆଉ କାହାକୁ ଫଲୋ କରନ୍ତୁ। ତେବେ ରାକ୍ଷୀଙ୍କ ଏହି ଭିଡିଓ ଏବେ ଖୁବ ଚର୍ଚ୍ଚାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.