ଦୁଇ କୋଟି ଟଙ୍କାର ଘଣ୍ଟା ପରେ ରାମ ଚରଣ ପିନ୍ଧିଲେ ଏତେ ଟଙ୍କାର ସାର୍ଟ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସୌକ ଥାଏ । କେହି କେହି ଦାମିକିଆ ଜିନିଷ ପିନ୍ଧିବାକୁ ଭଲ ପାଇଥାନ୍ତି । ଏମିତି ଜଣେ ଅଭିନେତା ଅଛନ୍ତି ତାଙ୍କର ସଉକ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଫ୍ୟାସନ କଥା କହିଲେ ତାଙ୍କ ନାମ ପ୍ରଥମରେ ଆସେ । ସେ ହେଉଛନ୍ତି ଟଲିଉଡ ଅଭିନେତା ରାମ ଚରଣ । ତାଙ୍କର ସାର୍ଟ ଦାମ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ସେ ପିନ୍ଧିଥିବା ଇଣ୍ଟରନେସନାଲ ବ୍ରାଣ୍ଡର ଜେବ୍ରା କ୍ରସିଂ ସାର୍ଟ ର ମୂଲ୍ୟ ୧ ଲକ୍ଷ ୭୩ ହଜାର ୩୨୬ ଟଙ୍କା ।

ଧଳା ଡେନିମ ଜିନ୍ସ ସାଙ୍ଗକୁ ଏହି ସାର୍ଟ ବହୁତ ଡ୍ୟାସିଙ୍ଗ ଲାଗୁଛନ୍ତି ରାମଚରଣ । ଖାଲି ସେତିକି ନୁହେଁ ତାଙ୍କ ପାଖରେ ଜୋତା,ଜ୍ୟାକେଟ ଓ ଘଣ୍ଟାର ଜବରଦସ୍ତ କଲେକସନ ଅଛି । ଖୁବ୍‌ କମ ଲୋକ ଜାଣନ୍ତି କି ରାମ ଚରଣଙ୍କ ପାଖରେ ଘଣ୍ଟାର ବହୁତ ଜବରଦସ୍ତ କଲେକସନ ରହିଛି । ନିକଟରେ ଏହି ଅଭିନେତା ୨ କୋଟି ଟଙ୍କାର ଅଲଟ୍ରା ଲକ୍‌ଜରୀ ଲିମିଟେଡ ଏଡିସନ ଘଣ୍ଟା ପିନ୍ଧିଥିବାର ଏକ ଫଟୋ ଦେଖିବାକୁ ମିଳିଥିଲା ।

ଟଲିଉଡ ଅଭିନେତା ରାମ ଚରଣ ଓ ତାଙ୍କର ପତ୍ନୀ ଉପାସନା ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ସେ ସେୟାର କରିଥିଲେ । ପତ୍ନୀ ଉପାସନା ପ୍ରଥମ ସନ୍ତାନ ୨୦୨୩ ରେ ଜନ୍ମ ଦେବେ । ବିବାହର ୧୦ ବର୍ଷ ପରେ ତାଙ୍କ ଘରକୁ ଜଣେ କୁନୀ ଅତିଥି ଆସିବ ବୋଲି ସେ ପ୍ରକାଶ କରିଥିଲେ । ରାମ ଚରଣଙ୍କ ପିତା ଚିରଞ୍ଜିବୀ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ ।

ଫିଲ୍ମ ‘ଆରଆରଆର’ ର ସଫଳତା ପରେ ଏବେ ରାମ ଚରଣ ‘ଆରସୀ ୧୫’ ରେ ନଜର ଆସିବେ । ଏହି ଫିଲ୍ମରେ ବଲିଉଡ ଅଭିନେତା କିୟାରା ଆଡଭାନୀ ଙ୍କ ସହିତ ତାଙ୍କର ଯୋଡି ଦେଖିବାକୁ ମିଳିବେ । ସଲମାନ ଖାନ୍‌ଙ୍କ ଫିଲ୍ମ ‘କିସି କା ଭାଇ କିସି କା ଜାନ୍‌’ ରେ ବି ରାମ ଚରଣଙ୍କ ଭୂମିକା ମଧ୍ୟ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.