ସାଜିଦ ଖାନ୍‌ଙ୍କ ଉପରେ ରାଣୀ ଚାଟାର୍ଜୀ ଆଣିଲେ ଗମ୍ଭୀର ଅଭିଯୋଗ, କହିଲେ- ମୋତେ ଘରକୁ ଡାକି ପଚାରିଲେ ଦିନରେ କେତେ ଥର ହେଉଛ ଇଣ୍ଟିମେଣ୍ଟ, ସାଇଜ କେତେ ?

ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ସଲମାନ ଖାନ୍‌ଙ୍କ ମୋଷ୍ଟ କଣ୍ଟ୍ରୋଭରସିଆଲ୍‌ ରିୟଲିଟି ଶୋ ‘ ବିଗ ବସ୍‌ ୧୬’ରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯେବେ ଠାରୁ ସାଜିଦ ଖାନ ଶୋରେ ଏଣ୍ଟ୍ରି କଲେ ସେବେ ଠାରୁ ଶୋ ହୁଲସ୍ତୁଲ । ମି ଠୁ ଅଭିଯୁକ୍ତ ସାଜିଦ ଖାନଙ୍କୁ ବିଗ ବସ୍‌ ରେ ଦେଖି ଯେକେହି ରାଗରେ ପାଚି ଲାଲ ହେଉଛନ୍ତି । କିଛି ବର୍ଷ ତଳେ ଫିଲ୍ମ ନିର୍ମାତା ସାଜିଦ ଖାନ୍‌ ଙ୍କ ବିରୋଧରେ ମି ଠୁ ରେ ଯୌନ ଶୋଷଣ ମାମଲା ଲାଗିଥିଲା ।

ଶର୍ଲିନ ଚୋପଡାଙ୍କ ପରେ ଏବେ ଭୋଜପୁରି ଅଭିନେତ୍ରୀ ରାଣୀ ଚାଟାର୍ଜୀ ସାଜିଦ ଖାନଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମିଡିଆ ହାଉସ ସହ ବାର୍ତ୍ତାଳପ ଅବସରରେ ରାଣୀ ସାଜିଦଙ୍କ ବିରୋଧରେ ବହୁ କଥା କହିଥିଲେ ।

ରାଣୀ କହିଥିଲେ- ସାଜିଦଙ୍କ ସହ ମୋର ଦେଖା ଫିଲ୍ମ ହିମତଓ୍ଵାଲା ସମୟରେ ହୋଇଥିଲା । ସେବେ ମୁଁ ସାଜିଦଙ୍କ ଟିମରେ ଥିଲି । ଯେବେ ଆମର ଫୋନରେ କଥା ବାର୍ତ୍ତା ହେଲା, ସେ ତାଙ୍କ ଘରକୁ ଡାକିଲେ । ଏହଛଡା କହିଲେ ଫ୍ୟାମିଲି ମିଟିଂ ତ ତେଣୁ କୌଣସି ମ୍ୟାନେଜର କିମ୍ବା ପିଆରଓଙ୍କୁ ନେଇ ଆସିବନି । ଏହାପରେ ମୁଁ ସାଜିଦଙ୍କ ଘରେ ପହଞ୍ଚିଥିଲି । ଏହି ଅବସରରେ ସାଜିଦ ରାଣୀଙ୍କୁ କହିଥିଲେ ଯେ ସେ ତାଙ୍କୁ ଧୋଖା ଧୋଖା ଗୀତରେ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିରେ ତାଙ୍କୁ ଛୋଟ ଲେହେଙ୍ଗା ପିନ୍ଧିବାକୁ ହେବ । ସାଜିଦ ଏହି ସମୟରେ ମୋତେ ଗୋଡ ଦେଖାଇବାକୁ କହିଲେ, ମୋତେ ଲାଗିଲା ଯେ ବୋଧହୁଏ ଏମିତି ହେଉଥିବ । ମୁଁ ମୋର ଆଣ୍ଠୁ ପର୍ଯ୍ୟନ୍ତ ଦେଖାଇଲି । ଏହା ପରେ ସେ ମୋତେ ବ୍ରେଷ୍ଟ ସାଇଜ କହିବାକୁ କହିଲେ । ପୁଣି କହିଲେ ଲାଜ କରନାହିଁ ।

ସାଜିଦ ଏତିକିରେ ଚୁପ ରହିନଥିଲେ । ତାଙ୍କର କେହି ବୟ ଫ୍ରେଣ୍ଡ ଅଛନ୍ତି ବୋଲି ପଚାରିଥିଲେ । ଯଦି ଅଛନ୍ତି ତ କେତେ ଥର ଇଣ୍ଟିମେଣ୍ଟ ହେଉଛ । ସାଜିଦ ଖାନ ତାଙ୍କୁ ଭୁଲ ଭାବେ ଛୁଇଁବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏ ସବୁ ଶୁଣିବା ପରେ ମୁଁ ଡରି ଯାଇଥିଲି ଓ ସେଠାରୁ ପଳାଇ ଆସିଥିଲି । ସାଜିଦଙ୍କୁ ଶୋରେ ଦେଖି ରାଣୀ ରାଗି ଯାଇଥିଲେ ଓ ଏମିତି ଲୋକଙ୍କୁ କେମିତି ଶୋ କୁ ଡାକ୍‌ୁଛ ବୋଲି ପ୍ରଶ୍ନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.