‘ରକି ଔର ରାନୀ କି ପ୍ରେମ କାହାନୀ’ ଫିଲ୍ମରେ ଗୀତ ଗାଇବେ ରଣବୀର ଏବଂ ଆଲିଆ, ସାରେଗାମା ସହିତ ହାତ ମିଶାଇଛନ୍ତି କରନ ଜୋହର

ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ କରନ ଜୋହରଙ୍କ ଅପକମିଂ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ଫିଲ୍ମରେ ରଣବୀର ସିଂ ଆଲିଆ ଭଟ୍ଟ ରୋମାନ୍ସ କରିବା ସହିତ ଗୀତ ମଧ୍ୟ ଗାଇବେ। ଫିଲ୍ମର ମ୍ୟୁଜିକ ପାଇଁ କରନ ଜୋହର ସାରେଗାମା ସହିତ କଥା ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ଏହି ଫିଲ୍ମ ଜରିଆରେ କରନ ଜୋହର ପୁଣିଥରେ ନିର୍ଦ୍ଦେଶନା ଜଗତକୁ ଫେରୁଛନ୍ତି। ଫିଲ୍ମରେ ରଣବୀର ସଂ, ଆଲିଆ ଭଟ୍ଟଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମକୁ ଈଶିତା ମୋଏତ୍ରା, ଶଶାଙ୍କ ଖୈତାନ, ସୁମିତ ରାୟ ମିଶିକରି ଲେଖିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ।

 

View this post on Instagram

 

A post shared by Ranveer Singh (@ranveersingh)

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ଫିଲ୍ମର ନିର୍ଦ୍ଦେଶକ କରନ ଜୋହର ଫିଲ୍ମର ମ୍ୟୁଜିକାଲ ରାଇଟର୍ସ ପାଇଁ ମ୍ୟୁଜିକ କମ୍ପାନୀ ସାରେଗାମା ସହିତ ଡିଲ୍‌ କରିଛନ୍ତି। ଧର୍ମା ପ୍ରଡକ୍ସନ ସାରେଗାମା ସହିତ ହାତ ମିଶାଇଛି। ଫିଲ୍ମର ମ୍ୟୁଜିକ ପ୍ରୀତମ ଚକ୍ରବର୍ତ୍ତୀ ଦେଉଛନ୍ତି। ଏହା ପୂର୍ବରୁ ରଣବୀର ଫିଲ୍ମ ‘ଗଲି ବଏ’ ପାଇଁ ରାପ୍‌ କରିସାରିଛନ୍ତି। ସେହିପରି ଆଲିଆ ମଧ୍ୟ ଫିଲ୍ମ ‘ଉଡତା ପଞ୍ଜାବ, ହାଇେଓ୍ଵ’ ପାଇଁ ଗୀତ ଗାଇସାରିଛନ୍ତି। ଏହି ମ୍ୟୁଜିକ ଡିଲ୍‌ ପରେ କରନ ଜୋହର ବେଶ୍‌ ଖୁସି ରହିଛନ୍ତି।

ଖବର ମୁତାବକ, ଆଲିଆ ଓ ରଣବୀର ନଭେମ୍ବର ୨୯ ତାରିଖରେ ପରିବାର ଓ କିଛି ବନ୍ଧୁମାନଙ୍କ ଉପସ୍ଥିତିରେ ନିର୍ବନ୍ଧ କରିବେ। ରାଜସ୍ଥାନର ଏକ ରିସୋର୍ଟରେ ୨୯ ତାରିଖରେ ନିର୍ବନ୍ଧ କାର୍ଯ୍ୟକ୍ରମ ହେବ ବୋଲି ମଧ୍ୟ ଖବର ମିଳିଛି। ଦୁହେଁ ୨୦୨୨ରେ ବିବାହ କରିବାକୁ ସ୍ଥିର କରିଛନ୍ତି। ଆଉ ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ହୋଇସାରିଛି। ହେଲେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ରଣବୀର-ଆଲିଆ ରାଜସ୍ଥାନର ଏକ କୌଣସି ସ୍ଥାନରେ ନିର୍ବନ୍ଧ କରିବେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.