ପ୍ରଥମ ଥର ପାଇଁ ର‍୍ୟାମ୍ପରେ ଚାଲିଲେ ରଶ୍ମିକା ମନ୍ଦାନା, ଇନଷ୍ଟାରେ ସେୟାର କଲେ ଅନୁଭୂତି

ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ର‍୍ୟାମ୍ପ ଓ୍ଵାକ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ନୂଆଦିଲ୍ଲୀରେ ଇଣ୍ଡିଆ କାଉଚର ଓ୍ଵିକ୍‌ ୨୦୨୨ରେ ଡିଜାଇନର ବରୁଣ ବହଲଙ୍କ ପାଇଁ ର‍୍ୟାମ୍ପ ଓ୍ଵାକ୍‌ କରିଛନ୍ତି। ରଶ୍ମିକା ପ୍ରଥମ ଥର ପାଇଁ ର‍୍ୟାମ୍ପ ଓ୍ଵାକ୍‌ରେ କିଭଳି ଅନୁଭବ ଥିଲା ତାହା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଏହି ର‍୍ୟାମ୍ପ ଓ୍ଵାକର ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରଶ୍ମିକା ଲାଲ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି। ଏହାକୁ ନେଇ ବରୁଣ ବହଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ‘ରଶ୍ମିକା ଏହି ନାଲି ଲେହେଙ୍ଗାରେ ସୁନ୍ଦର ଫୁଲ ଭଳି ଦେଖାଯାଉଛନ୍ତି। ମୋତି ଏବଂ କ୍ରିଷ୍ଟାଲ।

୨୬ ବର୍ଷୀୟ ଅଭିନେତ୍ରୀ ଫ୍ୟାଶନ ଓ୍ଵିକରେ ଡେବ୍ୟୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି। ରଶ୍ମିକା ସୋସିଆଲ ମିଡିଆରେ ଲେଖିଛନ୍ତି, ପ୍ରଥମ ଥର ଦିଲ୍ଲୀରେ.. ପ୍ରଥମ ଥର ଫ୍ୟାଶନ ଓ୍ଵିକରେ ! ମୋ ପେଟରେ ପ୍ରଜାପତି ଥିଲେ, ମୁଁ ଜଣେ ପ୍ରଫେସନାଲ ମଡେଲ ଭଳି ଚାଲିବାକୁ ଚେଷ୍ଟା କରିଥିଲି। ମୋର ପ୍ରଥମ ଓ୍ଵାକ୍‌ ପାଇଁ ଧନ୍ୟବାଦ ବରୁଣ ବହଲ ! ଏହା ସବୁବେଳେ ମୋ ପାଇଁ ଖାସ୍‌ ରହିବ। ମୋତେ ଆପଣଙ୍କ ସ୍ନେହ ମିଳିଛି। ଏକାଠି ଭଲ କାମ କରିବା ପାଇଁ ଚିଅର୍ସ। ଫ୍ୟାସନ ଡିଜାଇନ କାଉନସିଲ ଅଫ ଇଣ୍ଡିଆକୁ ଧନ୍ୟବାଦ ଏବଂ ଏହାକୁ ମଜାଦାର କରିଥିବା ଟିମ୍‌କୁ ମଧ୍ୟ ଧନ୍ୟବାଦ।

ଇଣ୍ଡିଆ କାଉଚର ଓ୍ଵିକର ଆକର ୨୨ ଜୁଲାଇ ଦିଲ୍ଲୀରେ ଆରମ୍ଭ ହୋଇଥିଲା। ରାହୁଲ ମିଶ୍ର, ଜେଜ ବଲାୟା ଏବଂ ବରୁଣ ବହଲଙ୍କ ଏମିତି ଡିଜାଇନର, ଯେଉଁମାନେ ସେମାନଙ୍କ କଲେକ୍ସନ ଆଣିଥିଲେ।
ରଶ୍ମିକା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ବଲିଉଡରେ ଡେବ୍ୟୁ କରିବେ। ଏହାସହିତ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତା ସହିତ ଫିଲ୍ମ ‘ଗୁଡ ବାଏ’ରେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.