Below header

ଏହି ଜବରଦସ୍ତ କରୋନା ଭାଇରସ ଗୀତ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

୭ ବର୍ଷ ତଳେ ଆସିଥିବା ଫିଲ୍ମ ରାଞ୍ଝଣା’କୁ ତ ଆପଣ ଏବେ ପଯ୍ୟର୍ନ୍ତ ଭୂଲିନଥବେ। ଖାସକରି ଫିଲ୍ମ ଆକ୍ଟର ଧନୁଷ ବନାରସୀ ପୁଅର ଅଭିନୟ କରିଥିଲେ। ଯଦି ଆପଣ ଏହି ଫିଲ୍ମ ଦେଖିନଥିବେ କିମ୍ବା ଭଲ ସେ ମନେ ପକାଇପାରୁନାହାନ୍ତି ତେବେ ୭ ବର୍ଷ ପୂର୍ବର ସେହି ଲୋକପ୍ରିୟ ଗୀତ ‘କୋଲାଭରୀ ଡି’ ତ ଆପଣ ଶୁଣିଥିବେ। ଏହି ଗୀତ ରିଲିଜ୍‌ ହେବା ପୂର୍ବରୁ ହିଁ ରେକର୍ଡ ସ୍ରୁଷ୍ଟି କରିଥିଲା। ସୋସିଆଲ ମିଡିଆରେ ଲୋକେ ଏହାକୁ ବାରମ୍ବାର ଶୁଣିବାକୁ ବାଧ୍ୟ ହେଉଥିଲେ।

 

View this post on Instagram

 

CORONA DISEASE Song 🤯 @rohanmalode @dhirajvyas94 @mulaydhroov @#Parody #Coronavirus #corona #coronavirussong #WhY #comedy

A post shared by Jamie Lever (@its_jamielever) on


ଏବେ ଆପଣ ଭାବୁଥିବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କାହିଁକି କହୁଛୁ। ଏଥିପାଇଁ ଆଜି ଆମେ ଆପଣଙ୍କୁ କହୁଛୁ କାରଣ। ଏହି ଲୋକପ୍ରିୟ ଗୀତର ଏବେ ରିକ୍ରିଏଟ୍‌ କରାଯାଇଛି ଏବଂ ଏହାକୁ ସାରା ଦେଶରେ ମହାମାରୀ କରୋନା ଭାଇରସ ସହିତ ଫିଟ୍‌ କରାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଗୀତକୁ ରିକ୍ରିଏଟ୍‌ କରିଛନ୍ତି ଚର୍ଚ୍ଚିତ କେମଡିଆନ୍‌ ଜନି ଲିଭରଙ୍କ ଝିଅ ଏବଂ ଷ୍ଟାଣ୍ଡଅପ୍‌ କମେଡିଆନ ଜେମି ଲିଭର। ଏହି ଗୀତକୁ ଜେମି ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ଏବେ ପଯ୍ୟର୍ନ୍ତ ୩୭,୦୦୦ରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତଟିକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଯଦି ଆପଣ ଏହି ଭିଡିଓ ଦେଖିବେ ତାହେଲେ ଆପଣଙ୍କ ମୁହଁରେ ହସି ଆସିଯିବ ଏବଂ ଆପଣ କହିବେ ‘ହେ ଭଗବାନ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.