Below header

ନୂଆ ନୁହେଁ କରୋନା ଭାଇରସ, ପୂର୍ବରୁ ମଧ୍ୟ ଚୀନରୁ ଆସିଥିଲା ସାର୍ସ କରୋନା ଭାଇରସ, ଜାଣନ୍ତୁ କଣ ଥିଲା ଲକ୍ଷ୍ୟଣ ଓ କେମିତି ପାଇଥିଲେ ମୁକ୍ତି

କେନ୍ୟୁଜ୍(ବ୍ୟୁରୋ):   ନୂଆ ବର୍ଷକୁ ବାକିଥାଏ କିଛି ଦିନ । ସରି ଆସୁଥାଏ ୨୦୧୯ । ଚୀନରେ କିଛି ବ୍ୟକ୍ତି ଶୁଖିଲା କାଶ ସହ ନିମୋନିଆରେ ଆକ୍ରାନ୍ତ ହେଲେ। କିଛି ଜଣଙ୍କ ମୃତ୍ୟୁ ହେଲା। ଜଣା ପଡିଲା ନୂଆ ଭାଇରସ କରୋନା। କେଉଁଠି ଏହାର ଉତ୍ପତି। ସମସ୍ତ ନଜର ଗଲା ବୁହାନର  ହୁନାନ ଖାଦ୍ୟ ବଜାର ଉପରକୁ। ପ୍ରଥମ ୪୧ ରୋଗୀଙ୍କ ମଧ୍ୟରୁ ୨୭ ଜଣ ଏଠାରୁ ଆସିଥିଲେ। ତୁରନ୍ତ ବନ୍ଦ କରାଗଲା ମାର୍କେଟ।

ଏ ସନ୍ଦେହର ଯଥେଷ୍ଟ କାରଣ ରହିଛି। କାରଣ ୨୦୦୩ରେ ସାର୍ସ କରୋନା ଭାଇରସର ଉତ୍ପତୀ ସ୍ଥଳ ମଧ୍ୟ ଥିଲା ଚୀନର ମାଂସ ମାର୍କେଟ। ଗ୍ଵାଙ୍ଗଡୋଙ୍ଗ ରାଜ୍ୟର ଫୋସାନ ମାର୍କେଟରୁ ଆସିଥିଲା ସାର୍ସ। ବାଦୁଡିରୁ ସିଭେଟ୍‌ କ୍ୟାଟ୍‌ ହୋଇ ମଣିଷକୁ ବ୍ୟାପିଥିଲା ସାର୍ସ। ଅଧିକାଂଶ ଭାଇରସ ଯାହା ମଣିଷକୁ ଅସୁସ୍ଥ କରେ ତାହା ପଶୁ ପକ୍ଷୀଙ୍କ ଦେହରୁ ଆସିଥାଏ। କୁକୁଡା, ଘୁଷୁରୀରୁ ଫ୍ଲୁ, ସିମ୍ପାଜୀରୁ ଏଚ୍‌ଆଇଭି, ବାଦୁଡିରୁ ଏବୋଲା ଆସିଛି। ବର୍ତ୍ତମାନ ନୂଆ କରୋନା ଉତ୍ପତି କାହାକୁ ଜଣା ନାହିଁ। ଅନୁମାନ କରାଯାଉଛି ବାଦୁଡିରୁ ବଜ୍ରକାପ୍ତା ଦେଇ ମଣିଷକୁ ଏ ଭାଇରସ ଆସିଛି। ତେଣୁ କୋଭିଡ ୧୯କୁ ନେଇ ବୁହାନ ମାର୍କେଟ ସନ୍ଦେହ ଘେରରେ। ମାର୍କେଟରେ ବିଭିନ୍ନ ପଶୁ ପକ୍ଷୀକୁ ମାରି ତାର ମାଂସ ବିକ୍ରି କରାଯାଇଏ। ଏଠାରେ ଗୋଟିଏ ପ୍ରାଣୀରୁ ଆଉ ଗୋଟିଏ ପ୍ରାଣୀକୁ ସହଜରେ ବ୍ୟାପୀଥାଏ ଭାଇରସ। ଶେଷରେ ଏହା ମଣିଷ ଭିତରକୁ ପ୍ରବେଶ କରେ।

hunana market chin

ବିଶ୍ୱରେ ବହୁ ମାଂସ ମାର୍କେଟ ରହିଛି। କିନ୍ତୁ ବନ୍ୟଜନ୍ତୁଙ୍କୁ ନେଇ ଚୀନର ସ୍ୱତନ୍ତ୍ର ମାର୍କେଟ। ଏହାର ଇତିହାସ ମଧ୍ୟ ରହିଛି। ୧୯୭୦ରେ ଚୀନରେ ସୃଷ୍ଟି ହୋଇଥିଲା ଖାଦ୍ୟାଭାବ। ସେତେବେଳେ କମ୍ୟୁନିଷ୍ଟ ସରକାର ନିୟନ୍ତ୍ରଣରେ ଥିଲା ଖାଦ୍ୟ ଉତ୍ପାଦନ। ଚାହିଦା ମେଣ୍ଟାଇବାକୁ ଖାଦ୍ୟ ଉତ୍ପାଦନକୁ ଲୋକଙ୍କ ହାତରେ ଛାଡି ଦିଆଗଲା। ସେତେବେଳେ କିଛି ଛୋଟ ଚାଷୀ, ବନ୍ୟ ଜନ୍ତୁଙ୍କ ଚାଷ ଆରମ୍ଭ କରିଥିଲେ। କଇଁଛ, ସାପ ଆଦିକୁ ନେଇ ହେଲା ଚାଷ। ପରେ ଏହାକୁ ସରକାରୀ ମାନ୍ୟତା ମଧ୍ୟ ମିଳିଗଲା। ୧୯୮୮ରେ ଆସିଥିଲା ବନ୍ୟଜନ୍ତୁ ସୁରକ୍ଷା ଆଇନ। ଯେଉଁଥିରେ ବନ୍ୟ ଜନ୍ତୁଙ୍କୁ ଘରୋଇ ପ୍ରାଣୀ କରିବା ସହ ତାର ଚାଷ ଓ ବିକ୍ରିକୁ ମିଳିଲା ଅନୁମତି। ଏହାପରଠାରୁ ଜଙ୍ଗଲୀ ଜନ୍ତୁଙ୍କ ଚାଷ ଏକ ଶିଳ୍ପ ପାଲଟି ଗଲା। ଧିରେଧିରେ ବେଆଇନ ଭାବେ ବାଘ, ବଜ୍ରକାପ୍ତା ଫାର୍ମିଂ ମଧ୍ୟ ଆରମ୍ଭ ହୋଇଗଲା।

ବଡ଼ ବଡ଼ ଫାର୍ମ ହେବା ସହ ଭିନ୍ନଭିନ୍ନ ଭାଇରସ ସମ୍ପ୍ରସାରଣ ଆଶଙ୍କା ବଢିଲା। ଏହାର ପ୍ରଥମ ଝଟ୍‌କା ଲାଗିଥିଲା ୨୦୦୩ରେ। ସାର୍ସ ଭାଇରସର ଆକ୍ରମଣ ଦେଖିଥିଲା ସାରା ବିଶ୍ୱ। ସେତେବେଳେ ୨୬ଟି ଦେଶକୁ ବ୍ୟାପୀଥିଲା ମହାମାରୀ। ୮ ହଜାରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ୭ଶହ ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ବନ୍ଦ କରାଗଲା ସବୁ ବନ୍ୟଜନ୍ତୁ ମାର୍କେଟ। କିନ୍ତୁ କିଛି ମାସ ପରେ ଫୁଣି ଖୋଲିଗଲା ମାର୍କେଟ। ଚୀନର ବନ୍ୟଜନ୍ତୁଙ୍କ ବିକ୍ରି ଉପରେ କଟକଣା ପାଇଁ ବହୁ ଦାବି ହେଉଛି। କିନ୍ତୁ ଦେଶର ପାୱଲଫୁଲ୍‌ ଲବି ଯୋଗୁଁ ବନ୍ଦ ହୋଇ ପାରୁନି। ଆଉ ଏବେ ସେହି ଚୀନର ବନ୍ୟଜନ୍ତୁ ମାଂସ ମାର୍କେଟରୁ ଆସିଲା ନୂଆ କରୋନା ଭାଇରସ।…କୋଭିଡ ୧୯ରେ କଲବଲ ସାରା ବିଶ୍ୱ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.