Below header

ଅମିତାଭଙ୍କ ଫଟୋ ଦେଖି ଦୌଡ଼ି ପଳାଇଲେ ରେଖା, କାହିଁକି?

ମୁମ୍ବାଇ : ନିକଟରେ ଜଣାଶୁଣା ବଲିଉଡ୍‌ ଫଟୋଗ୍ରାଫର ଡବ୍‌ବୁ ରତନାନିଙ୍କ ଏକ ଫଟୋସୁଟ୍‌ରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ପୁଣି ଉଠିଛି ବଡ଼ ଚର୍ଚ୍ଚା । ପ୍ରତିବର୍ଷ ଜଣେ ଜଣେ ଷ୍ଟାରଙ୍କୁ ନେଇ କ୍ୟାଲେଣ୍ଡର ସୁଟିଂ କରନ୍ତି । ତେବେ ସବୁ ବର୍ଷ ଏହି ସୁଟିଂରେ ଥାନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ । ଗତ ୧୮ ବର୍ଷ ଧରି ଅମିତାଭଙ୍କର ଫଟୋ ସୁଟ୍‌ କରି ଆସୁଛନ୍ତି ଡବ୍‌ବୁ । ଏଥର ୨୦୧୯ କ୍ୟାଳେଣ୍ଡର ଲଞ୍ଚିଂ ଉତ୍ସବକୁ ସେ ଡାକିଥିଲେ ବିଗତ ଦିନର ହିଟ୍‌ ହିରୋଇନ୍‌ ତଥା ବର୍ତ୍ତମାନ ବି ନିଜ ଚେହେରାକୁ ସଜେଇ ରଖିଥିବା ରେଖାଙ୍କୁ । ରେଖା ଏଥର କ୍ୟାଲେଣ୍ଡର ସାମନାରେ ଯେତେବେଳେ ଫଟୋ ପାଇଁ ପୋଜ୍‌ ଦେବାକୁ ଗଲେ ସେତେବେଳ ତାଙ୍କ ପଛରେ ଥିଲା ଶାହାରୁଖ ଓ ଅନ୍ୟ ଷ୍ଟାରଙ୍କ ସମେତ ଅମିତାଭ ବଚ୍ଚନଙ୍କ ଫଟୋ । ଯେତେବେଳେ ଅମିତାଭଙ୍କ ଫଟୋ ଉପରେ ତାଙ୍କର ନଜର ପଡ଼ିଲା ସେ ତୁରନ୍ତ ସେଠାରୁ ଫଟୋ ଉଠାଇବାକୁ ମନା କରି ଦୌଡ଼ି ପଳାଇଲେ । ଲାଗୁଥିଲା ଯେମିତି ସେ ଅମିତାଭଙ୍କ ଆଗରେ ଠିଆ ହୋଇ ବଡ଼ଭୁଲ କରି ପକାଇଛନ୍ତି ।
ଅବଶ୍ୟ ପରେ ଅନ୍ୟ ଷ୍ଟାରମାନଙ୍କ ମେଳରେ ରେଖା ଫଟୋ ଉଠାଇଥିଲେ । ଏକ ଡିପ୍‌ ବ୍ଲାକ୍‌ ପୋଷାକ ସାଙ୍ଗକୁ ଷ୍ଟାଲିସ୍‌ ଗଗଲ୍‌ସ ତାଙ୍କୁ ଖୁବ୍‌ ମାନୁଥିଲା । ସେ ବିଦ୍ୟା ବାଲନ୍‌, ଟାଇଗର ଶ୍ରଫ୍‌ ଆଦିଙ୍କ ସହ ଫଟୋ ଉଠାଇଥିଲେ ଏବଂ ଖୁବ୍‌ ମଜା କରିଥିଲେ ।

REKHA-2
ଏକଦା ଅମିତାଭ-ରେଖାଙ୍କ ପ୍ରେମର ଚର୍ଚ୍ଚା ସାରା ଦେଶକୁ ବ୍ୟାପି ଯାଇଥିଲା । ୧୯୭୬ରେ ସେମାନେ ‘ଦୋ ଅଞ୍ଜାନେ’ ଫିଲ୍ମରେ ପ୍ରଥମ ଥର ଅଭିନୟ କରିଥିଲେ । ୧୯୮୧ରେ ସେମାନଙ୍କ ଶେଷ ଫିଲ୍ମ ଥିଲା ‘ସିଲସିଲା’ । ଏହି ଯୋଡ଼ି ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି । ହେଲେ ସେମାନଙ୍କ ସମ୍ପର୍କ ନେଇ କେବେବି ମୁହଁ ଖୋଲି ନଥିଲେ କି ଖୋଲି ନାହାନ୍ତି । ତଥାପି ବିଭିନ୍ନ କାର୍ଯ୍ୟକ୍ରମରେ ରେଖାଙ୍କ ହାବଭାବ ସିନେପ୍ରେମୀଙ୍କ ମନରେ କିଛି ସନ୍ଦେହ ସୃଷ୍ଟି କରେ । ରେଖା କାହିଁକି ମଥାରେ ସିନ୍ଦୂର ପିନ୍ଧନ୍ତି ? କୌଣସି ଜାଗାରେ ଅମିତାଭଙ୍କୁ ଦେଖିଲେ ତୁରନ୍ତ ଏଡ଼ାଇ ଯିବାକୁ ଉଦ୍ୟମ କରନ୍ତି ? ଆଉ ଏହି କ୍ୟାଲେଣ୍ଡର ଲଞ୍ଚିଂ କାର୍ଯ୍ୟକ୍ରମରେ ରେଖାଙ୍କ ଏଭଳି ଆଚରଣ ସେଠାରେ ଥିବା ସମସ୍ତଙ୍କୁ ଖୁବ୍‌ ହସାଇଥିଲା ସିନା କିନ୍ତୁ ପୁଣି ଦର୍ଶାଇଥିଲା ରେଖାଙ୍କ ମନ ତଳେ ଅମିତାଭଙ୍କ ପ୍ରତି ରହିଥିବା ଆକର୍ଷଣକୁ । କିଛି ଲୋକ କୁହନ୍ତି ରେଖା ମନେ ମନେ ଅମିତାଭଙ୍କୁ ସ୍ୱାମୀ ଭାବେ ଗ୍ରହଣ କରି ନେଇଛନ୍ତି ।

REKHA-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.