Below header

ବୋର୍ଡ ପରୀକ୍ଷା ନୁହେଁ ଜୀବନ ପରୀକ୍ଷା, ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ମୋଦି

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ୨.୦ କାର୍ଯ୍ୟକ୍ରମ । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆଗାମୀ ପରୀକ୍ଷା ନେଇ ଅନେକ ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୋର୍ଡ ପରୀକ୍ଷା ଜୀବନର ଅନ୍ତିମ ପରୀକ୍ଷା ନୁହେଁ। ପରୀକ୍ଷା ହଲ ବାହାରେ ମଧ୍ୟ ଏକ ବିଶାଳ ଦୁନିଆ ରହିଛି। ପରୀକ୍ଷାକୁ ବୋଝ ଭଳି ନନେଇ ଚାପମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜୀବନ ସବୁ ବେଳେ ଗତିଶୀଳ । ବାପାମାଆଙ୍କ ଉପଦେଶ ମାନିବାକୁ କହିଛନ୍ତି । ଏହା ସହ ଅଭିଭାବକଙ୍କୁ ମଧ୍ୟ ନିଜ ଇଚ୍ଛାକୁ ପିଲାଙ୍କୁ ଉପରେ ଚାପି ନଦେବାକୁ ପରାମର୍ଶ ଦେଇଛନ୍ତି ମୋଦି।

ମୋଦିଙ୍କ ଟିପ୍ସ :

ବୋର୍ଡ ପରୀକ୍ଷା ଜୀବନର ଅନ୍ତିମ ପରୀକ୍ଷା ନୁହେଁ
ପରୀକ୍ଷା ହଲ ବାହାରେ ରହିଛି ବିଶାଳ ଦୁନିଆ
ପରୀକ୍ଷାକୁ ବୋଝ ଭାବେ ନିଅ ନାହିଁ
ଜୀବନ ଗତିଶୀଳ
ବାପାମାଆ ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ନଦିଅନ୍ତୁ

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ସ୍କୁଲରେ ବଡ଼ ପରଦାରେ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଟିପ୍ସ ପରୀକ୍ଷା ସମୟରେ ଅନେକ ସହାୟକ ହେବ ବୋଲି ଆଶା ରଖିଛନ୍ତି କ୍ୟାପିଟାଲ ହାଇସ୍କୁଲ ଛାତ୍ରଛାତ୍ରୀ । ସେହିଭଳି ଏଭଳି ପରାମର୍ଶ ଏକ ଭଲ ପ୍ରୟାସ ଓ ଛାତ୍ରଛାତ୍ରୀଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ।

ଆଗାମୀ ଦଶମ ଓ ଦ୍ୱାଦଶ ପରୀକ୍ଷା ପୂର୍ବରୁ ମାନସିକ ଚାପ ହ୍ରାସ ନେଇ ପରାମର୍ଶ ଦେବାରେ ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ । ଗତବର୍ଷ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ କେବଳର ଦେଶର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବା ବେଳେ ଏଥର ବିଦେଶର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.