ଋଷି କପୁରଙ୍କ ଶେଷ ଇଚ୍ଛା ରହିଗଲା ଅଧୁରା, ପୂରଣ ହୋଇପାରିଲାନି ତାଙ୍କର ଏହି ଇଚ୍ଛା

ମୁମ୍ବାଇ : ବଲିଉଡ୍‌ରେ ନିଜର ଦମ୍‌ଦାର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଋଷି କପୁର ଗୁରୁବାର ଦୁନିଆକୁ ଅଲ୍‌ବିଦା କରି ଚାଲିଗଲେ । ଋଷି କପୁରଙ୍କ ଅଚାନକ ଏମିତି ଚାଲିଯିବା ଯୋଗୁଁ ଫିଲ୍ମ ଜଗତ ନିରବ-ନିଶବ୍ଦ ହୋଇଯାଇଛି ।

ଶୋକାକୁଳ ପରିବେଶରେ ଛାଡ଼ି ଯାଇଛନ୍ତି ତାଙ୍କର ଅଗଣିତ ପ୍ରଶଂସକ ଓ ତାଙ୍କ ବନ୍ଧୁ ପରିବାରବର୍ଗଙ୍କୁ । ଋଷି କପୁର ନିଜ ଜୀବନରେ ବହୁତ କିଛି ପାଇଛନ୍ତି । ହେଲେ ତାଙ୍କର ଶେଷ ଇଚ୍ଛା ଟିକକ ପୂରଣ ହୋଇ ପାରିଲାନି ।

ଋଷିଙ୍କର ଶେଷ ଇଚ୍ଛା ଥିଲା ପୁଅ ରଣବୀରଙ୍କର ବିବାହ ଦେଖି ଯାଇଥାନ୍ତେ । ହେଲେ ତାହା ଅଧୁରା ରହିଗଲା । ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂ ଚାଲିଥିବା ବେଳେ ରଣବୀରଙ୍କ ବିବାହ ଡେଟ୍‌ ଆଗେଇ ଯାଇଥିଲା ।

rishi-kapoor.jpg-1

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ଚାଲିଥିଲା । ଋଷି କପୁର ଆଲିଙ୍କ ସହ କେତେ ଥର ଦେଖା କରିଥିଲେ । ଏକ ସଙ୍ଗେ ଡିନର ବି କରିଥିଲେ ।

ଖୁବ୍‌ ଶୀଘ୍ର ବିବାହ କରିଦେବା ପାଇଁ ଋଷି କପୁର ଚାହିଁଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଏହି ସମୟରେ ଲକ୍‌ଡାଉନ୍‌ ସଙ୍କଟ ଆସିଗଲା । ଯେଉଁଥିପାଇଁ ରଣବୀରଙ୍କ ଶେଷ ଇଚ୍ଛା ଇଚ୍ଛାରେ ରହିଗଲା । ଚିର ନିଦ୍ରାରେ ଯିବା ପୂର୍ବରୁ ପୁଅ ରଣବୀରଙ୍କର ବାହାଘର ଦେଖିପାରିଲେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.