Below header

ସିବିଆଇ ପଚରାଉଚରା ପରେ ଥାନାରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ, ଏହି କଥାକୁ ନେଇ କଲେ ଅଭିଯୋଗ

ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଦିନ ସିବିଆଇ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ସିବିଆଇର ପଚରାଉଚରା ପରେ ଡିଆରଡିଓ କାର୍ଯ୍ୟାଳୟରୁ ବାହାରି ରିୟା ବିଳମ୍ବିତ ରାତିରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ବାହାରି ରିୟା ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ପହଞ୍ଚି ସେଠାରେ ମାମଲା ଦାଏର କରିଥିଲେ।

ମିଡିଆ ରିପୋର୍ଟ ମୁତାବକ, ରିୟା ଚକ୍ରବର୍ତ୍ତୀ ପାପାରାଜିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ରିୟା କହିଛନ୍ତି, ତାଙ୍କ ବିନା ଅନୁମତିରେ ମିଡିଆକର୍ମୀ ତାଙ୍କ ଘର ଏବଂ ପ୍ରର୍ପଟିରେ ଏଣ୍ଟ୍ରି କରୁଛନ୍ତି। ତାଙ୍କର ଘର ଲୋକଙ୍କୁ ବିରକ୍ତ କରାଉଛନ୍ତି। ଏହି କଥାକୁ ନେଇ ରିୟାଙ୍କ ମା’ ବହୁତ ଚିନ୍ତାରେ ରହିଛନ୍ତି। ତେଣୁ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିବା ପାଇଁ ସେଠାକୁ ଯାଇଥିଲେ।

car

ସୂଚନାଯୋଗ୍ୟ, ସିବିଆଇ ପାଖକୁ ରିୟା ଯାଉଥିବା ବେଳେ ତାଙ୍କ କାରକୁ ମିଡିଆ କର୍ମୀ ଘେରି ଯାଇଥିଲେ ଆଉ ଫଟୋ ନେବାକୁ ଚେଷ୍ଟା କରିଥିଲେ। ଏହି କଥାରେ ରିୟା ରାଗିଯାଇ କାରର କାଚକୁ କହୁଣୀରେ ଆଘାତ ଦେଇଥିଲେ। ରିୟାଙ୍କ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.