ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ, ବରମୁଣ୍ଡାରେ ବନ୍ଧୁକ ମୁନରେ ମହିଳାଙ୍କ ନିକଟରୁ ଲୁଟ୍ ମାମଲାରେ ଥିଲା ସମ୍ପୃକ୍ତି

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ। ସେମାନଙ୍କ ନିକଟରୁ ଟଙ୍କା, ପିସ୍ତଲ ଓ ବାଇକ ଜବତ।
ବରମୁଣ୍ଡାରେ ବନ୍ଧୁକ ମୁନରେ ମହିଳାଙ୍କ ନିକଟରୁ ୯୪ ହଜାର ଲୁଟ ମାମଲାରେ ରହିଥିଲା ଏମାନଙ୍କ ସମ୍ପୃକ୍ତ। ଏହାସହ ବାଲିଅନ୍ତା, ଧଉଳୀ ଲୁଟ ମାମଲାରେ ମଧ୍ଯ ସମ୍ପୃକ୍ତ ଥିବା ଜଣାପଡିଛି ।

ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ କମିଶନରେଟ ପୋଲିସ୍ ଏହି ଅପରାଧୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସମସ୍ତ ଡକାୟତର ମାଷ୍ଟର ମାଇଣ୍ଡ ପାଟୁ ଖାଁ ସହିତ ତାର ତିନି ସହଯୋଗୀଙ୍କୁ ଗିରଫ କରାଯାଇଛି। ସୂଚନା ଥାଉକି,ପାଟୁକୁ ୨୦୧୯ରେ ଏନକାଉଣ୍ଟର କରିଥିଲା ସ୍ପେସାଲ ସ୍କ୍ବାର୍ଡ । ପରେ ଜାମିନରେ ଆସି ପାଟୁ ଗଢିଥିଲା ତାର ଗ୍ଯାଙ୍ଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.