ଗଭୀର ସମୁଦ୍ରରେ ପାଣିରୁ ବାହାରି ତିମି କଲା ଏମିତି ଷ୍ଟଣ୍ଟ, ଭିଡିଓ ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଆପଣ ଅନେକ ଫିଲ୍ମରେ ଡଲଫିନ ସୁଇମିଂ ପୁଲରେ ଷ୍ଟଣ୍ଟ କରୁଥିବା କିମ୍ବା ଖେଳୁଥିବା ନିଶ୍ଚିତ ଆପଣ ଦେଖିଥିବେ। କିନ୍ତୁ ଗଭୀର ସମୁଦ୍ର ମଧ୍ୟରେ ତିମି କେବେ ଷ୍ଟଣ୍ଟ କରୁଥିବା ଆପଣ ହୁଏତ ଦେଖିନଥିବେ। ଏବେ ସୋସିଆଲ ମିଡିଆରେ ତିମି ଷ୍ଟଣ୍ଟ କରୁଥିବା ଏକ ଭିଡିଓ ଭାଇରଲ ହୋଇଛି, ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ।

କାନାଡାରେ ଜଣେ ବ୍ୟକ୍ତି ନିଜ ଝିଅ ସହିତ ସମୁଦ୍ରରେ ଯାଉଥିବା ବେଳେ ଏକ ତିମି (Humpback) ଶାନଦାର ଷ୍ଟଣ୍ଟ କରୁଥିବା ହଠାତ୍‌ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ସେହି ବ୍ୟକ୍ତି ଏବଂ ତାଙ୍କ ଝିଅ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିବିସି ନ୍ୟୁଜ ଅନୁସାରେ, ସିନ ରସେଲ ଏବଂ ୧୦ ବର୍ଷୀୟ ଝିଅ ସାରା ନ୍ୟୁଫାଉଣ୍ଡଲ୍ୟାଣ୍ଡରେ କନସେପ୍ଟ ସମୁଦ୍ରରେ ଫିସିଂ କରୁଥିବା ସମୟରେ ହଠାତ୍‌ ଏକ ତିମି ବାହାରି ଷ୍ଟଣ୍ଟ କରିବାକୁ ଆରମ୍ଭ କରିଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଦ୍ରୁତଗତିରେ ଭାଇରଲ ହୋଇଥିଲା।

ଦେଖନ୍ତୁ ଭିଡିଓ…

ଭିଡିଓରେ ଦେଖନ୍ତୁ, କିପରି ତିମିଟି ପାଣିରୁ ବାହାରି ହଠାତ୍‌ ଆକାଶରେ ଷ୍ଟଣ୍ଟ କରିବାକୁ ଲାଗିଥିଲା। ତିମିଟି ଥରେ ନୁହେଁ ତିନି ତିନି ଥର ପାଣିରୁ ଉପରକୁ ଉଠି ଷ୍ଟଣ୍ଟ କରିଥିଲା। ଯାହାକୁ ଆପଣ ଦେଖିବା ପରେ ନିଶ୍ଚିତ ଖୁସି ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.