ଟ୍ୱିଟରର ବଡ ପଦକ୍ଷେପ , ଏଣିକି କପି ପେଷ୍ଟ କରାଯାଇପାରିବ ନାହିଁ କୌଣସି ଟ୍ୱିଟ

ମାଇକ୍ରୋବ୍ଳଗିଙ୍ଗ ସାଇଟ “ଟ୍ୱିଟର” ତରଫରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ତରଫରୁ ନିଷ୍ପତ୍ତି ନିଆଯାଇଛିକି, ଯଦି ଆପଣ କୌଣସି ଜଣେ କାହାର ଟ୍ୱିଟକୁ କପି କରି ପେଷ୍ଟ କରୁଛନ୍ତି ଗୋଟିଏ ଟ୍ୱିଟକୁ ଅଧିକ ଲୋକ ଟ୍ୱିଟ କରୁଛନ୍ତି ତେବେ ଏମିତି ଟ୍ୱିଟ ଗୁଡିକୁ ଟାଇମ ଲାଇନରୁ ହାଇଡ଼ କରିଦିଆଯିବ । ନିଜର ଏହି ନିଷ୍ପତ୍ତି ବାବଦରେ କମ୍ପାନୀ ତରଫରୁ ଟ୍ୱିଟ ଜରିଆରେ ହିଁ ସୂଚନା ଦିଆଯାଇଛି । ଏବାବଦରେ କମ୍ପାନୀରେ ପକ୍ଷରୁ ସୂଚନା ଦିଆ ଯାଇଛିକି, ଗତ କିଛି ବର୍ଷ ଭିତରେ ପ୍ଲାଟ୍ଫର୍ମରେ କପି ପେଷ୍ଟ କରି କରାଯାଉଥିବା ଟ୍ୱିଟ ସଂଖ୍ୟା ଖୁବ ଅଧିକ ସଂଖ୍ୟାରେ ବଢି ଯାଇଛି ।

twitter

ଗୋଟିଏ ଟ୍ୱିଟକୁ ଅନେକ ଜଣ କପି କରି ପେଷ୍ଟ କରୁଥିବା ସଂଖ୍ୟା ଖୁବ ଅଧିକ ପରିମାଣରେ ବଢିଯାଉଥିବା ନେଇ ରେକର୍ଡ ହୋଇଛି । ଏହି କାରଣରୁ ହିଁ କମ୍ପାନୀ ତରଫରୁ ମୋବାଇଲ ଆପରେ ଏକ ନୂଆ ଫିଚର ଜାରି କରାଯାଇଛି । ଯାହା ସାହାଯ୍ୟରେ ୟୁଜର ମାନେ ନିଜ ନିଜ ଟ୍ୱିଟକୁ କପି କରିବା ଅପସନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିପାରିବେ । କହିରଖିବା ଉଚିତ ହେବକି, କମ୍ପାନୀ ନିକଟରେ ହିଁ “Retweet with quote” ନାମକ ଏକ ନୂଆ ଫିଚର ବି ଜାରି କରିଛନ୍ତି । ଅଧିକାଂଶ ସମୟରେ ଆପଣ ଦେଖିଥିବେ, ହଜାର ସଂଖ୍ୟକ ଆକାଉଣ୍ଟରୁ ଏକା ଭଳି ଟ୍ୱିଟ କରାଯାଉଥିବ ।

ଏପରି କାମ ଟ୍ରେଡିଂ, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା କୌଣସି ସଂସ୍ଥାକୁ ଲକ୍ଷରେ ରଖି ହିଁ କରାଯାଇଥାଏ । ରାଜନୀତି କ୍ଷେତ୍ରରେ ହିଁ ଏପରି ଟେକନିକର ଉପଯୋଗ ଅଧିକ ହୋଇଥାଏ । copypasta ଟ୍ୱିଟର ଆଉ ଏକ ଦୁର୍ବଳତା ହେଉଛିକି, ଏଥିରେ ଜଣଙ୍କର ଅରିଜିନାଲ କଣ୍ଟେଣ୍ଟ ସୁରକ୍ଷିତ ରୁହେନାହିଁ । କେତେକ ଦୁବୃତ୍ତ ନିଜ ନାମ ସହ ଟ୍ୱିଟ କରି ଜାଲ କରିଦିଅନ୍ତି । ଏହା ଦ୍ୱାରା କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ କମ ଓ କପି ପେଷ୍ଟ କାରୀଙ୍କୁ ଅଧିକ ଫାଇଦା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.