ସମସ୍ତଙ୍କୁ ପଛରେ ପକାଇ ରୁବିନା ବାଜି ମାରିନେଲେ ବିଗବସ୍ ୧୪ର ଟ୍ରଫି, ରାହୁଲ ବୈଦ ପ୍ରଥମ ରନର ଅପ୍

ବିଗବସ୍ ୧୪ର ବିଜେତା ହୋଇଛନ୍ତି ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ବୋହୂ ରୁବିନା ଦିଲେକ। ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କ ପଛରେ ପକାଇ ବିଗବସ୍ ୧୪ ଟ୍ରଫିକୁ ନିଜ ନାମରେ କରିଛନ୍ତି। ଟ୍ରଫି ସହିତ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ରୁବିନା ବିଜେତା ହେବା ପରେ ଫ୍ଯାନଙ୍କ ଖୁସି କହିଲେ ନ ସରେ।

ଶୋ’ରେ ୫ ଜଣ ପ୍ରତିଯୋଗୀ ଫାଇନାଲଷ୍ଟି ଭାବେ ରହିଥିଲେ। ରୁବିନା ଦିଲେକ, ନିକ୍କି ତାମ୍ବୋଲି, ଅଲୀ ଗୋନୀ, ରାହୁଲ ବୈଦ ଏବଂ ରାକ୍ଷୀ ସାୱନ୍ତ। ସମସ୍ତ ପ୍ରତିଯୋଗୀ ବିଗବସ୍ ହାଉସରେ ଭଲ ଖେଳିଥିଲେ। ରୁବିନା ଟାଇଟଲ ଜିତିଥିବା ବେଳେ ରାହୁଲ ବୈଦ ପ୍ରଥମ ରନର୍ସଅପ୍ ହୋଇଥିଲେ।

 

View this post on Instagram

 

A post shared by ColorsTV (@colorstv)


ଗତବର୍ଷ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିଲା ବିଗବସ୍ ୧୪। ଯାହା କରୋନା କଟକଣଶ ମଧ୍ୟରେ ୧୪୦ ଦିନ ପର୍ଯ୍ଯନ୍ତ ଚାଲିଥିଲା। ବିଗବସ୍ ହାଉସକୁ ୧୨ ଜଣ ପ୍ରତିଯୋଗୀ ଆସିଥିଲେ। ପୂର୍ବରୁ ବିଗବସ ହାଉସ ଏତେ ଖାସ ଲାଗୁନଥିଲେ ମଧ୍ୟ ରାକ୍ଷୀ ଆସିବା ପରେ ହାଉସରେ ଜବରଦସ୍ତ ଝଗଡା ଦେଖିବାକୁ ମିଳିଥିଲା। ଖାସ୍ ଏଥିପାଇଁ ଦର୍ଶକ ବିଗବସ୍ ଦେଖିବାକୁ ବେଶ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.