ଆସନ୍ତାକାଲି ସବ୍ୟସାଚୀଙ୍କୁ ବିବାହ କରିବେ ଅର୍ଚ୍ଚିତା, ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା

ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ ହିରୋ ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ସାହୁ। ରାଜସ୍ଥାନରେ ସେମାନେ ବିବାହ କରିବେ। ଏନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟ ଓ ଅର୍ଚ୍ଚିତା।

WITH THE BLESSINGS OF LORD JAGANNATHA & OUR FAMILIES IT GIVES US IMMENSE HAPPINESS IN SHARING THAT OUR WEDDING IS…

Posted by Archita Sahu on Sunday, 28 February 2021

ଫେସ୍‌ବୁକ୍‌ରେ ଏକ କାର୍ଡର ଫଟୋ ସେୟାର କରି ଅର୍ଚ୍ଚିତା ସମସ୍ତ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଫ୍ୟାନ୍‌ଙ୍କ ଠାରୁ ଭଲ ପାଇବା ଓ ଆଶୀର୍ବାଦ ଚାହିଁଛନ୍ତି। ସୋମବାର ସେ ସବ୍ୟଙ୍କୁ ବିବାହ କରୁଥିବା ନେଇ ଏ ଅବସରରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ ପୂର୍ବରୁ ସବ୍ୟସାଚୀ ଓ ଅର୍ଚ୍ଚିତା ନିର୍ବନ୍ଧ କରିସାରିଥିଲେ। କିନ୍ତୁ କେବେ ବି ଖୋଲାଖୋଲି ନିଜ ସମ୍ପର୍କକୁ ନେଇ ଲୋକଲୋଚନରେ ଆଲୋଚନା କରିନାହାନ୍ତି।

WITH THE BLESSINGS OF LORD JAGANNATHA & OUR FAMILIES IT GIVES US IMMENSE HAPPINESS IN SHARING THAT OUR WEDDING IS…

Posted by Sabyasachi Mishra on Sunday, 28 February 2021

ତେବେ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ ଖବର ଶୁଣି ଫ୍ୟାନ୍‌ମାନେ ବେଶ୍‌ ଖୁସି ଅଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍‌ମାନେ ଉଭୟ ଫିଲ୍ମ ଷ୍ଟାରଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.