ଜମୁଛି ଶାହାରୁଖ ଖାନଙ୍କ ପଠାନ୍ କ୍ରେଜ୍: ଓପନିଂ ଡେରେ ୫୪ କୋଟି କଲେକ୍ସନ କରିଛି
କେନ୍ୟୁଜ୍(ବ୍ୟୁରୋ): ଜମୁଛି ଶାହାରୁଖ ଖାନଙ୍କ ପଠାନ୍ କ୍ରେଜ୍ । ଓ୍ଵିକେଣ୍ଡରେ ୨୦୦ କୋଟି ଅତିକ୍ରମ କରିବ ଫିଲ୍ମ । ଓପନିଂ ଡେରେ ୫୪ କୋଟି କଲେକ୍ସନ କରିଛି ଶାହାରୁଖଙ୍କ ଆକ୍ସନ ପ୍ୟାକଡ୍ ଫିଲ୍ମ । ଏହାସହ ଫିଲ୍ମ ସବୁଠୁ ନନ୍ ହଲି ଡେ ଓପନର ହୋଇଛି । କେଜିଏଫ-୨ର ରେକର୍ଡ ଭାଙ୍ଗିଛି ପଠାନ । ୪ବର୍ଷ ପରେ ସିଲଭର ସ୍କ୍ରିନକୁ ଆସିଛନ୍ତି ଶାହାରୁଖ । କିଙ୍ଗ ଅଫ୍ ରୋମାନ୍ସ ଏଥର ଫୁଲ ଆକ୍ସନ ଅବତାରରେ । ଆକ୍ସନ, ରୋମାଞ୍ଚ ଏବଂ ଦେଶଭକ୍ତିର ଜବରଦସ୍ତ କକ୍ଟେଲ ହେଉଛି ଫିଲ୍ମ ପଠାନ ।
ଓ୍ଵାଲଡ ଓ୍ଵାଇଡ୍ ୮ ହଜାର ସ୍କି୍ରନରେ ରିଲିଜ୍ ହୋଇଛି । ଭାରତରେ ୫ହଜାର ୫୦୦ ଏବଂ ବିଦେଶରେ ୨୫ ଶହ ସ୍କ୍ରିନରେ ରିଲିଜ ହୋଇଛି । ଶାହାରୁଖଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନର୍ ପାଲଟିଛି ପଠାନ । ଏହି ଫିଲ୍ମରେ ଶାହାରୁଖ ଖାନ୍ଙ୍କ ସହ ଦୀପିକା ପାଦୁକୋନ ଓ ଜନ ଆବ୍ରାହାମ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।