ବକ୍ସିଙ୍ଗ ଚାମ୍ପିୟନ୍ ଓ ଏସିଆନ୍ ଗେମ୍ସରେ ଗୋଲଡ ମେଡାଲିଷ୍ଟ DINGKO SINGHଙ୍କ ବାୟୋପିକରେ ଆସୁଛନ୍ତି ଶାହିଦ

ଶାହିଦଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ବକ୍ସିଙ୍ଗ ଚାମ୍ପିୟନ୍ ଓ ଏସିଆନ୍ ଗେମ୍ସରେ ଗୋଲଡ ମେଡେଲ ଜିତିଥିବା DINGKO SINGHର ବାୟୋପିକରେ ଅଭିନୟ କରିବେ ଶାହିଦ କପୁର । ଫିଲ୍ମର ନିର୍ଦ୍ଦେଶନା ଦେବେ କୃଷ୍ଣା ମେନନ୍ । ୨୦୧୯ ଏପ୍ରିଲରୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ଫିଲ୍ମର କାହାଣୀ ଶାହିଦଙ୍କୁ ବେଶ ପସନ୍ଦ ଆସିଛି । DINGKO ଜଣେ କ୍ୟାନସର ସରଭାଇଭର ।୧୩ଥର ସେ କେମୋ ଥେରାପି କରିସାରିଛନ୍ତି । ସେ ଅନେକ ଥର କହିଛନ୍ତି ତାଙ୍କ ଜୀବନରେ ସବୁଠୁ ବଡ ବିଜୟ ଗୋଲ୍ଡ ଜିତିବାରେ ନଥିଲା, ଥିଲା କ୍ୟାନସରଠୁ ଜିତିବାର । ଖୁବ ଶୀଘ୍ର ଦର୍ଶକ ପରଦାରେ ଦେଖିବାକୁ ପାଇବେ DINGKOଙ୍କ କାହାଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.