ଶୀକୃଷ୍ଣ ବାଣୀ : ଅଜାଣତରେ ହୋଇଥିବା ପାପର ଏପରି କରନ୍ତୁ ପ୍ରାୟଶ୍ଚିତ

ବର୍ତ୍ତମାନ ଦୁନିଆର ନୀତି ଅନୁଯାୟୀ ଯିଏ ଅଧିକ ଧନୀ ସେ ସେତିକି ଭାଗ୍ଯଶାଳୀ। ଏଣୁ ଏବେ ଟଙ୍କା ରୋଜଗାର କରିବା ଆଶାରେ ଅନେକ ବ୍ଯକ୍ତି ଅଜଣାତରେ ବିଭିନ୍ନ ପ୍ରକାରର ଭୁଲ କରିବସିଥିନ୍ତି। ବାସ୍ତବିକ୍ ଜୀବନରେ ସୁଖ-ସୁବିଧା ପାଇବା ଆଶାରେ ନିଜ ଜୀବନରେ ଅନେକ ପାପ କରିଥାନ୍ତି। ଆଜି ଆମେ ପୌରାଣିକ ଶାସ୍ତ୍ରରେ ବର୍ଣ୍ଣିତ ଥିବା ଏପରି କିଛି ଶ୍ରୀକୃଷ୍ଣ ବାଣୀ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣଙ୍କ ସମସ୍ତ ପାପ ଧୋଇ ହୋଇଯିବ। ଖାଲି ତାହା ନୁହଁ ଏହି କାମ କରିଥିବା ବ୍ଯକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ଦାନ :
ଦାନ କରିବା ଅର୍ଥ କୌଣସି ଆବଶ୍ଯକ ବ୍ଯକ୍ତିଙ୍କୁ କିଛି ଜିନିଷ ନିଶୁକ୍ଲରେ ଦେବା। ଯାହାକୁ ପାଇବା ପାଇଁ ବ୍ଯକ୍ତି ଜଣଙ୍କ ସକ୍ଷମ ନଥିବେ କିନ୍ତୁ ତାହା ତାଙ୍କ ବଞ୍ଚିବା ପାଇଁ ନିହାତି ଜରୁରୀ ହୋଇଥିବ। ଯଦି ଅପାଣ ତାଙ୍କୁ ତାହା ଦେଉଛନ୍ତି ତେବେ ତାହା ହିଁ ବାସ୍ତବରେ ଦାନ। ଆଉ କେବେ ମଧ୍ୟ ନିଜେ ଦାନ କରିଥିବା ଜିନିଷ ବିଷୟରେ ଲୋକଙ୍କ ସାମ୍ନାରେ କୁହନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ଦାନର କୌଣସି ମହତ୍ତ୍ବ ରହିବ ନାହିଁ।
ଆହୁରି ପଢ଼ନ୍ତୁ: ସଫଳତା ପାଇଁ ଏହି ଦିଗରେ ହୁଅନ୍ତୁ ଲଜ୍ଜ୍ୟ ବିହୀନ : ଚାଣକ୍ୟ ନୀତି
ଆତ୍ମସଂଯମ :
ଅନେକ ସମୟରେ ଏପରି ହୋଇଥାଏ କି ଆମର ମନ ଏବଂ ମସ୍ତିଷ୍କ ଭିନ୍ନ ଭିନ୍ନ ଦିଗରେ କାମ କରିଥାଏ। ପୌରାଣିକ ଶାସ୍ତ୍ର ଗୀତାରେ ଦିଆ ଯାଇଥିବା ଜ୍ଞାନ ଅନୁଯାୟୀ, ଯଦି କୌଣସି ବ୍ଯକ୍ତି ନିଜ ମନକୁ ନିୟନ୍ତ୍ରିତ କରୁଛନ୍ତି ତେବେ ତାଙ୍କ ପକ୍ଷରେ କୌଣସି କାମ ଅସମ୍ଭବପର ନୁହଁ। ଏଣୁ ସର୍ବଦା ନିଷ୍ପତି ନେଉଥିବା ସମୟରେ ମନକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରନ୍ତୁ।
ସତ କହିବା :
କଳିଯୁଗରେ ସତ ଏବଂ ମିଛ ମଧ୍ୟରେ ପାର୍ଥକ୍ଯ ଜାଣିବା ଯେପରି ଅସମ୍ଭବପର କଥା ହୋଇଗଲାଣି। କୌଣସି ବ୍ଯକ୍ତିଙ୍କ କଥା ଶୁଣି ଆପଣ ବିଲକୁଲ ଜାଣି ପାରିବେନି ଯେ, ସେ ସତ କହୁଛି ନା ମିଛ। ଯଦି ଅପାଣ ବିଗତ କିଛି ଦିନରେ କାହାକୁ ମିଛ କହିଛନ୍ତି ତେବେ ଆଗାମୀ ଜୀବନରେ ସତ କହି ତାହାର ପ୍ରାୟଶ୍ଚିତ କରିପାରିବେ।
ଧ୍ୟାନ ବା ଜପ :
ବର୍ତ୍ତମାନର ଯୁଗରେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ନିୟମିତ ଭାବେ ଜପ ବା ଧ୍ୟନ କରୁଛନ୍ତି। ପୂଜା ପାଠ ଭଗବାନଙ୍କୁ ପ୍ରସନ୍ନ କରିବା କିମ୍ବା ତାଙ୍କଠାରୁ କିଛି ପାଇବା ଆଶାରେ କରନ୍ତୁ ନାହିଁ ବରଂ ନିଜର ଆତ୍ମର ଶାନ୍ତି ପାଇଁ କରନ୍ତୁ। ନିୟମିତ ଭାବେ ଜପତପ ଏବଂ ଧ୍ୟାନ କରି ଆମେ ମୋକ୍ଷ ପାଇବା ସହ ନିଜ ପାପରୁ ମୁକ୍ତି ପାଇପାରିବା।