୨୦ ବର୍ଷ ପୁରୁଣା ସ୍ୱେଟରରେ ନଜର ଆସିଲେ ସୈଫ୍ ଅଲ୍ଲୀ ଖାନ୍, ଗୋଟିଏ ଫଟୋରେ କୁନି ସାରା ତ ଅନ୍ୟ ଫଟୋରେ କୁନି ତୈମୁର, ଦେଖନ୍ତୁ ଖାସ୍ Photos

ବଲିଉଡ୍ ଜରିଆରେ ଦେଶର ଫ୍ୟାଶନ ଟ୍ରେଣ୍ଡ ସେଟ୍ ହୋଇଥାଏ। ଏଠାରେ ସେଲିବ୍ରିଟିଙ୍କ ହିସାବରେ ଲୋକେ ନିଜ ଆଉଟ୍ଫିଟ ପିନ୍ଧିଥାଆନ୍ତି। କିନ୍ତୁ ଯେତେବେଳେ ଏହି ସେଲିବ୍ରିଟିମାନେ ଗୋଟିଏ ପ୍ରକାରର କିମ୍ବା ନିଜର ପୁରୁଣା ଆଉଟ୍ଫିଟକୁ ପୁଣିଥରେ ବ୍ୟବହାର କରନ୍ତି, ତ ସେମାନେ ଏକ ଉଦାହରଣ ଦେଇଥାଆନ୍ତି। ଏମିତି ଏକ ଉଦାହରଣ ବଲିଉଡ୍ ଆକ୍ଟର ସୈଫ ଅଲ୍ଲୀ ଖାନ୍ ଦେଇଛନ୍ତି।
ସେ ନିକଟରେ ହିମାଚଳ ପ୍ରଦେଶ ଟ୍ରିପ୍ରେ ଯାଇଥିଲେ। ଏହି ଟ୍ରିପ୍ରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ କରୀନା କପୁର ଓ ପୁଅ ତୈମୁର ଅଲ୍ଲୀ ଖାନ୍ଙ୍କ ସହିତ ଦେଖିବାକୁ ମିଳୁଛନ୍ତି। ତେବେ ଏଥିରେ ସୈଫ ଏକ ସ୍ୱେଟର ପିନ୍ଧିଛନ୍ତି, ଯେଉଁଥିରେ ଆମେରିକା ପତାକାର ଛବି ରହିଛି। ଏହି ସ୍ୱେଟରକୁ ସୈଫ୍ ସେହି ସମୟରେ ପିନ୍ଧିଥିଲେ, ଯେଉଁ ସମୟରେ ସେ ୟଙ୍ଗ୍ ଥିଲେ ଏବଂ ଝିଅ ସାରା ଅଲ୍ଲୀ ଖାନ୍ ବହୁତ ଛୋଟ ଥିଲେ।
ଏବେ ଏହି ସ୍ୱେଟରକୁ ସେ ପୁଣିଥରେ ଦୋହରାଇଛନ୍ତି। କିନ୍ତୁ ସ୍ୱେଟରର ବେକ ଡିଜାଇନ୍ ପୂର୍ବଠାରୁ ଅଲଗା ରହିଛି। ଯଦିଓ ଏହା ନିଶ୍ଚିତ କରାଯାଇ ପାରିବ ନାହିଁ କି, ଏହା ୨୦ ବର୍ଷ ତଳର ସ୍ୱେଟର କି ନୁହେଁ। ହେଲେ ୨୦ ବର୍ଷ ପରେ ସୈଫ୍ ଏହି ପ୍ରକାରର ସ୍ୱେଟରକୁ ପୁଣିଥରେ ପିନ୍ଧିଥିବାର ଦେଖି କୁହାଯାଇ ପାରିବ ଯେ
ତାଙ୍କୁ ଏହି ସ୍ୱେଟର ଖୁବ୍ ପସନ୍ଦ। ଏହାସହିତ ପୁଅ ତୈମୁର ଅଲ୍ଲୀ ଖାନ୍ଙ୍କୁ ମଧ୍ୟ ଏହି ସ୍ୱେଟର ପିନ୍ଧିଥିବାର ଦେଖିବାକୁ ମିଳିଛି।