‘ଫିଲ୍ମ ଫେୟାର ଆୱାର୍ଡ’ କୁ ନେଇ ସଲମାନ ଖାନ ଦେଲେ ଏପରି ମନ୍ତବ୍ୟ

ଫିଲ୍ମ ଫେୟାର ଆୱାର୍ଡର ଆୟୋଜନ ନିକଟରେ ଗୁଆହାଟୀ ଠାରେ କରାଯାଇଥିଲା । ଚଳିତ ବର୍ଷ ‘ଗଲି ବୟ’ ସିନେମାକୁ ସବୁଠୁ ଅଧିକ ପରିମାଣରେ ଆୱାର୍ଡ ମିଳିଥିଲା । ଏହି ଫିଲ୍ମ ଭିନ୍ନ ଭିନ୍ନ କାଟାଗୋରିରେ ସମୁଦାୟ ୧୦ ଟି ଟାଇଟଲ ନିଜ ନାଁରେ କରିଥିଲା । ଅନ୍ୟ ପକ୍ଷରେ ରଣବୀର ସିଂହଙ୍କୁ ସର୍ବ ଶ୍ରେଷ୍ଠ ଅଭିନେତା ଓ ଆଲିଆ ଭଟଙ୍କୁ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଥିଲା । ଗୋଟେ ପଟରେ ଫିଲ୍ମ ଫେୟାର ଆୱାର୍ଡକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ସଲମାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ ସଲମାନ ଫିଲ୍ମ ଫେୟାର ଆୱାର୍ଡକୁ ସମାଲୋଚନା କରିଥିବା ନଜର ଆସିଛନ୍ତି । ଆଉ ମଧ୍ୟ ଜଣାଯାଇଛିକି ସଲମାନଙ୍କ ଏହି ଭିଡିଓଟି ଖୁବ ପୁରୁଣା ।

salman

ଯାହାକି ଏବେ ଭାଇରାଲ ହେଉଛି । ଭିଡିଓ ଟିରେ ସଲମାନ କହିଛନ୍ତିକି, ମୋତେ ଲାଗେ କି ଯେଉଁ ମାନଙ୍କର ନିଜ ଉପରେ ବିଶ୍ୱାସ ନଥାଏ, ସେହିମାନେ ହିଁ ପୁରସ୍କାର ଗ୍ରହଣ କରିବାକୁ ଯାଇଥାନ୍ତି । ମୁଁ କିନ୍ତୁ କେବେ ବି ଏହିପରି ଅର୍ଥହୀନ ପୁରସ୍କାର ନେବାକୁ କେବେବି ଯିବିନାହିଁ । ଜାତୀୟ ପୁରସ୍କାର ପାଇବା ହିଁ ପ୍ରକୃତରେ ଏକ ଗୌରବର ବିଷୟ । ମୁଁ କେବଳ ସେହି ପୁରସ୍କାର ହିଁ ଗ୍ରହଣ କରିବାକୁ ଚାହେଁ । ସଲମାନ ଆହୁରି ମଧ୍ୟ କହିଛନ୍ତିକି, ଫିଲ୍ମ ଫେୟାର ମାଗାଜିନ ଆମରି ଦ୍ୱାରା ହିଁ ଚାଲୁଛି । ଷ୍ଟାର ମାନଙ୍କ ଇଣ୍ଟରଭିଉରେ ହିଁ ଏହି ପରି ମାଗାଜିନ ଗୁଡିକ ଚାଲିଥାଏ | ଆମେ ସୁଟ ବୁଟ ପିନ୍ଧି ପରୀକ୍ଷା ହଲରେ ପହଂଚିଥାଉ । ଯେବେକି ସଲମାନଙ୍କ ଏହି ଭିଡିଓ ଟିକୁ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳୁଛି ।

କହି ରଖିବା ଉଚିତ ହେବକି, ଚଳିତ ବର୍ଷର ଆୱାର୍ଡ ପ୍ରଦାନ ସମାରୋହ ମୁମ୍ବାଇ ବଦଳରେ ଗୁଆହାଟୀ ଠାରେ ଆୟୋଜନ କରାଯାଇଥିଲା । ଯେଉଁଥିରେ କୌଣସି ବି ଖାନ ଉପସ୍ଥିତ ନଥିଲେ । ଅନ୍ୟ ପକ୍ଷରେ ଫିଲ୍ମ ଫେୟାର ଆୱାର୍ଡ ନ ମିଳିବାରୁପ୍ରଖ୍ୟାତ ଗୀତିକାର ମୁନ୍ତସିର ବି ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ସଲମାନ ନିକଟରେ ହିଁ ‘ବିଗ ବସ’ ରିଆଲିଟି ଶୋ’ରେ ହୋଷ୍ଟ ଭୂମିକା ନିଭେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.