ରାତିରେ ପରୀକ୍ଷା ଦେଲେ ମାଟ୍ରିକ୍‌ ଛାତ୍ରଛାତ୍ରୀ, ଏମିତି ଭାବେ ଭୁଲକୁ ସଜାଡ଼ିଲେ ବୋର୍ଡ଼ କର୍ତ୍ତୃପକ୍ଷ

ବାରିପଦା : ରାତିରେ ପରୀକ୍ଷା ଦେଲେ ମାଟ୍ରିକ୍‌ ଛାତ୍ରଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଳମ୍ବରେ ଆରମ୍ଭ ହୋଇଥିଲା ପରୀକ୍ଷା । ଗତକାଲି ଇଂରାଜୀ ପରୀକ୍ଷା ଥିବା ବେଳେ କିଛି ଇଂରାଜୀ ପ୍ରଶ୍ନପତ୍ର ପ୍ୟାକେଟ୍‌ରେ ସାହିତ୍ୟ ପ୍ରଶ୍ନ ପତ୍ର ଆସିଥିଲା । ୨୦୬ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ପ୍ରଶ୍ନ କମ୍‌ ପଡ଼ିଥିଲା । ତେଣୁ ପ୍ରଶ୍ନ ପତ୍ରକୁ ଜେରକ୍ସ କରାଯିବା ପରେ ବିଳମ୍ବରେ ପରୀକ୍ଷା ଆରମ୍ଭ ହୋଇଥିଲା ।

ମାଧ୍ୟମିକ ଶିକ୍ଷା ପରିଷଦର ଅବହେଳାରୁ ଦିନ ସାଢେ ଗୋଟାଏରେ ହେବାକୁ ଥିବା ପରୀକ୍ଷା ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇ ରାତି ସାଢେ ୮ଟାରେ ସରିଥିଲା । ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ବାହାରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ରାତିରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.