Below header

ବିଗବସ -୧୬ରେ ହୋଷ୍ଟ କରିବା ପାଇଁ ତିନି ଗୁଣା ଫିସ ଦାବି କରୁଛନ୍ତି ସଲମାନ ଖାନ

ବଲିଉଡର ଦବଂଗ ବୟ ସଲ୍ମାନ ଖାଁଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ଯେତେ ଖୁସି ହେବେ ସେତିକି ଆଶ୍ଚର୍ଯ୍ୟ ବି ହେବେ ।ସଲ୍ମାନ ବିଗବସର ୧୨ଟି ସିଜିନ୍ ହୋଷ୍ଟ କରିସାରିଛନ୍ତି । ଯାହା ଶୁଣାଯାଉଛି ସେ ଆଗକୁ ବିବି ୧୬ ହୋଷ୍ଟ କରିବାକୁ ଯାଉଛନ୍ତି । କିନ୍ତୁ ଜଣାଇଛନ୍ତିକି ରିୟାଲିଟି ଶୋ ହୋଷ୍ଟ କରିବାକୁ ସଲମାନ କେତେ ଟଙ୍କା ଫିସ ନେଉଛନ୍ତି ? ବିଗବସର ପ୍ରାୟ ସମସ୍ତ ଫ୍ୟାନ୍ସ ମାନେ ଜାଣିଛନ୍ତିଯେ ଗତ କିଛି ସିଜିନ ହେବ ସଲମାନ ମେକର୍ଷ ମାନଙ୍କ ଠାରୁ ନିଜ ଫିସ ବଢାଇବା ନେଇ ଅପିଲ କରିଆସୁଛନ୍ତି ।  କରୋନା କାରଣରୁ ଦବଂଗ ଖାଁଙ୍କୁ ନିଜ ଫିସ ବଢାଇବା ନେଇ କିଛିଟା ସାଲିସ କରିବାକୁ ପଡିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସ୍ଥିତି କିଛିଟା ସୁଧୁରିଛି । ତେଣୁ ନିଜ ଫିସ ବଢାଇବାକୁ ଚାହୁଁଛନ୍ତି ଦବଂଗ ଖାନ । ଯାହା ଶୁଣାଯାଉଛି ଦବଂଗ ଖାଁ ନିଜ ଫିସକୁ ତିନି ଗୁଣା ବଢାଇବାକୁ ଚାହୁଁଛନ୍ତି । ଦବଂଗ ଖାଁଙ୍କ ଅନୁଯାୟୀ, ସେ କିଛି ସିକିନ ହେବ ନିଜ ଫିସ ବଢ଼ାଇ ନାହାନ୍ତି । କିନ୍ତୁ ଏଥର ନିଜ ଫିସ ବଢ଼ାଇବାକୁ ଅଡ଼ି ବସିଛନ୍ତି ଦବଂଗ ଖାଁ । ଯଦି ଫିସ ନ ବଢାଯାଏ ସେ ଶୋ’କୁ ହୋଷ୍ଟ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ସଲ୍ମାନ ।

ଅବଶ୍ୟ ଏହି ରିପୋର୍ଟରେ କେତେଟା ସତ୍ୟତା ଅଛି ସେବିଷୟରେ ଏଯାଏଁ ଜଣାଯାଇନାହିଁ । ଯଦି ଏହି ରିପୋର୍ଟ ସତ ହୁଏ ତେବେ ସଲ୍ମାନଙ୍କୁ ୧୬ତମ ସିଜିନରେ ୧୦୫୦ କୋଟି ଟଙ୍କା ମିଳିପାରେ । ଯେବେକି ବିଗ ବସ ସିଜିନ ୧୫ ରେ ତାଙ୍କ ଫିସ ୩୫୦ କୋଟି ଟଙ୍କା ଥିଲା । ସତରେ ଦବଙ୍ଗ ଖାଁ ଏତେ ବଡ ଆକାରର ଫିସ ନେବେକି ନାହିଁ ସେ ବିଷୟରେ ଜଣାଯାଇନାହିଁ । କିନ୍ତୁ ଏତିକି ଜଣା ଅଛିକି ସେ ଅଛନ୍ତି ତ ବିଗ ବସ ଅଛି । ଲୋକେ ତାଙ୍କରି କାରଣରୁ ହିଁ ଶୋ ଦେଖୁଛନ୍ତି । ଯଦି ସତରେ ସଲମାନ ଏତେ ବଡ ଫିସ ନିଅନ୍ତି ତେବେ ସେ ଏକପ୍ରକାର ଇତିହାସ ସୃଷ୍ଟି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.