ସଲମାନଙ୍କ ଫ୍ଯାନଙ୍କୁ ବଡ ଝଟକା, ରିଲିଜ ହେବନି ଭାଇଜାନଙ୍କ ଫିଲ୍ମ ‘ରାଧେ’

ଫିଲ୍ମ ଇଣ୍ଡଷ୍ଟ୍ରୀରେ କରୋନା କାୟା ମେଲାଇଲାଣି। ଏହା ମଧ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ଯରେ ନାଇଟ କର୍ଫ୍ଯୁ ଲାଗୁ ହୋଇଗଲାଣି। ବଲିଉଡର ବଡ ବଡ ସେଲିବ୍ରିଟି କରୋନା ସଂକ୍ରମିତ ହେଲେ। ଖାସ୍ କରି ଏଥିପାଇଁ ସଲମାନଙ୍କ ଫ୍ଯାନଙ୍କୁ ବଡ ଝଟକା ଲାଗିଛି। ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ରିଲିଜ ହୋଇନପାରେ ବୋଲି ଖବର ମିଳିଛି।

ମହାରାଷ୍ଟ୍ର ସରକାର ଥିଏଟରରେ ୫୦ ପ୍ରତିଶତ କ୍ଷମତା ସହିତ ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଯାହା ପାଇଁ ଫିଲ୍ମ ନିର୍ମାତା ଫିଲ୍ମ ରିଲିଜ କରିବେ କି ନାହିଁ ଚିନ୍ତାରେ ରହିଛନ୍ତି। କିଛି ଫିଲ୍ମର ରିଲିଜ ଡେଟ୍ ଘୋଷଣା ହୋଇସାରିଥିବା ବେଳେ ଫିଲ୍ମ ‘ରାଧେ’ର ରିଲିଜକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ମଇ ୧୩ ତାରିଖରେ ରିଲିଜ ହେବାକୁ ଥିବା ଫିଲ୍ମ ‘ରାଧେ’ ରିଲିଜ ନ ହୋଇପାରେ ଜଣାପଡିଛି।

 

View this post on Instagram

 

A post shared by Salman Khan (@beingsalmankhan)

ରିପୋର୍ଟ ମୁତାବକ, ଫିଲ୍ମ ମେକର ସ୍ଥିତି ଦେଖି ଫିଲ୍ମ ରିଲିଜ କରିବେ କି ନାହିଁ ତାହା ନିଷ୍ପତ୍ତି ନେବେ। ଏହି ଫିଲ୍ମରେ ସଲମାନଙ୍କ ସହିତ ଦିଶା ପଟାନୀ, ରଣଦୀପ ହୁଡା ପ୍ରମୁଖ ଭୂମିକାରେ ନଜର ଆସିବେ। ନିକଟରେ ଅକ୍ଷୟ କୁମାର, ଆଲିଆ ଭଟ୍ଟ, ବିକି କୌଶଲ, ଭୂମି ପେଡେନକର ପ୍ରମୁଖ କଳାକାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.