Below header

ଲକଡାଉନର ପାଇଁ ନିଜ ଫାର୍ମ ହାଉସରେ ଘୋଡା ସହ ମିଶି ପତ୍ର ଖାଉଛନ୍ତି ସଲମାନ ଖାନ, ଭିଡିଓ ସେୟାର କରି ଲେଖିଲେ..

ବଲିଉଡର ସୁପରଷ୍ଟାର ସଲମାନ ଖାନ ଲକ୍ ଡାଉନ୍ ସମୟରେ ସୋସିଆଲ ମିଡ଼ିଆରେ ପ୍ରାୟତଃ ଆକ୍ଟିଭ ରହୁଛନ୍ତି । ତେବେ ସେ ନିଜର ଫ୍ୟାନ ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ସେୟାର କରିଥାନ୍ତି । ନିକଟରେ ସଲମାନ ଖାନ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି ।

 

View this post on Instagram

 

Breakfast with my love…

A post shared by Salman Khan (@beingsalmankhan) on


ଏହି ଭିଡିଓରେ ସଲମାନ ଖାନ ନିଜ ଘୋଡାକୁ ସବୁଜ ପତ୍ର ଖୁଆଇ ଦେଉଥିବା ଦେଖିବାକୁ ମିଳିଛି । ତେବେ ଖାସ୍ କଥା ହେଉଛି ଘୋଡାକୁ ଖୁଆଇ ଦେବା ସହିତ ସେ ନିଜେ ମଧ୍ଯ ଏହି ପତ୍ରଗୁଡ଼ିକ ଖାଉଛନ୍ତି । ଏହି ଭିଡିଓର କ୍ୟାପ୍ସନରେ ସେ ଲେଖିଛନ୍ତି “ବ୍ରେକଫାଷ୍ଟ ୱିଦ ମାଇ ଲଭ” । ଲୋକମାନେ ସଲମାନଙ୍କର ଏହି ଭିଡ଼ିଓକୁ ବହୁତ୍ ପସନ୍ଦ କରୁଛନ୍ତି ଏବଂ ନିଜ ନିଜର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି । ଭାଇଜାନଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୁଚନା ଅନୁଯାୟୀ ଲକ୍ ଡାଉନ୍ କାରଣରୁ ସଲମାନ ଖାନ ନିଜର ପନବେଲ ଫାର୍ମ ହାଉସରେ ଅଛନ୍ତି । ନିକଟରେ ସଲମାନ ଖାନ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ନିଜ ଫ୍ୟାମିଲି ସହ କିଛି ସମୟ କାଟିବା ପାଇଁ ସେ ସେଠାକୁ ଯାଇଥିଲେ କିନ୍ତୁ ଲକ୍ ଡାଉନ୍ କାରଣରୁ ସେ ସେଠାରୁ ଆସିପାରିଲେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.