Below header

ସାଧାରଣ ଚିକେନ୍ ଖାଇ ଖାଇ ବୋର୍ ହୋଇଗଲେଣି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ମଷ୍ଟାର୍ଡ ଚିକେନ୍

ଆବଶ୍ୟକୀୟ ସାମଗ୍ରୀ

  • ଚିକେନ୍ ୧ କେଜି
  • ଦହି ୧ କପ୍
  • ଅଦା ରସୁଣ ୨ ଚାମଚ
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଧନିଆଗୁଣ୍ଡ
  • କଳା ସୋରିଷ ୨ ଚାମଚ
  • ଧଳା ସୋରିଷ ୨ ଚାମଚ
  • ରସୁଣ ୮/୧୦ ପାଖୁଡା
  • କଞ୍ଚାଲଙ୍କା
  • ସୋରିଷ ତେଲ
  • ଟମାଟୋ
  • ପିଆଜ ୨ ଟା
  • ଧନିଆପତ୍ର
  • ସ୍ଵାଦ ଅନୁସାରେ ଲୁଣ

Baked Honey Mustard Chicken - Jessica Gavin

ପ୍ରସ୍ତୁତି ପ୍ରଣାଳୀ

ମଷ୍ଟାର୍ଡ ଚିକେନ୍ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଚିକେନ ନେଇ ସେଥିରେ ଦହି, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ ଧନିଆ ଗୁଣ୍ଡ ମିଶାଇ ମ୍ୟାରୀନେଟ୍ କରି ଅଧଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନରେ ସୋରିଷ ତେଲ ଗରମ୍ କରି ସେଥିରେ ପିଆଜ ଓ ଟମାଟୋ ପକାଇ ଭାଜନ୍ତୁ । ତାପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ଏହା ଟିକିଏ କଷି ହୋଇଗଲା ପରେ ସେଥିରେ ମ୍ୟାରୀନେଟ୍ କରି ରଖିଥିବା ଚିକେନକୁ ପକାଇ ଭଲଭାବରେ କଷନ୍ତୁ । ଚିକେନ୍ ଭଲ ଭାବେ କଷି ହୋଇଗଲା ପରେ ଦୁଇ ପ୍ରକାର ସୋରିଷ, ରସୁଣ ଓ କଞ୍ଚାଲଙ୍କାର ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦେଇ ଦିଅନ୍ତୁ, ଏବଂ ଏହାକୁ ଆଉ ଅଳ୍ପ ସମୟ ଫ୍ରାଏ କଲାପରେ ସେଥିରେ ଧନିଆପତ୍ର ଓ ଅଳ୍ପ ଶୋରିଷ ତେଲ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ମଷ୍ଟାର୍ଡ ଚିକେନ୍ । ଏହାକୁ ଆପଣ ଗରମ୍ ଗରମ୍ ଭାତ କିମ୍ବା ରୁଟି ସହ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.