Below header

ସଲମାନ୍‌ ଖାନଙ୍କ ବଡ ଘୋଷଣା, ଦିନ ମଜୁରିଆଙ୍କ ଆକାଉଣ୍ଟକୁ ପଠାଇବେ ୧୫୦୦ ଟଙ୍କା

କରୋନାର ବଢ଼ୁଥିବା ମାମଲା ଏବଂ ଲକଡାଉନ ଲୋକଙ୍କର ମାନସିକ ଏବଂ ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଉଛି। ଏହି ସମୟରେ ଦିନ ମଜୁରିଆମାନେ ଅଧିକ କଷ୍ଟ ଯନ୍ତ୍ରଣା ସହୁଛନ୍ତି। ସେହିପରି ସାଧାରଣ ଜନତାଙ୍କ ସହିତ ବି-ଟାଉନର ଅନେକ ଷ୍ଟାର କରୋନାରେ ପ୍ରାଣ ହରାଇ ସାରିଲେଣି। ଲକଡାଉନରେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡୁଛି ଦିନମଜୁରିଆମାନଙ୍କୁ । ତେଣୁ ଏହି ଦିନମଜୁରିଆମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି ।

 

View this post on Instagram

 

A post shared by Salman Khan (@beingsalmankhan)


ସେ ନିଜ ଆକାଉଣ୍ଟରୁ ବଡ ସଂଖ୍ୟାରେ ଅର୍ଥ ଦିନମଜୁରିଆଙ୍କ ପାଇଁ ଟ୍ରାନ୍ସଫର କରିବାକୁ ଘୋଷଣା କରିଛନ୍ତି। ଯାହାଦ୍ୱାରା ସବୁ ମଜୁରିଆ ମାନଙ୍କୁ ସାହାଯ୍ୟ ମିଳିପାରିବ ଏବଂ ଅସୁବିଧା ସମୟରେ ଘର ଚଲାଇ ପାରିବେ। ବଲିଉଡରେ କାମ କରୁଥିବା ମୋଟ ୨୫ ହଜାର କର୍ମଚାରୀମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କୁ ୧୫୦୦ ଟଙ୍କା ଟ୍ରାନ୍ସଫର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସଲମାନ ୩ କୋଟି ୭୫ ଲକ୍ଷ ଟଙ୍କା ଦାନ କରିବେ ।

ଏହି କର୍ମଚାରୀମାନଙ୍କ ମଧ୍ୟରେ ଟେକ୍ନିସିଆନ୍, ମେକଅପ୍ ଆର୍ଟିଷ୍ଟ, ଷ୍ଟଣ୍ଟମ୍ୟାନ୍ ଏବଂ ସ୍ପଟବଏଜ୍ ସାମିଲ୍ ରହିବେ । ଏଥିସହ ୩୦ ହଜାର ସିନିୟର ସିଟିଜେନ ୱାରକର୍ସମାନଙ୍କୁ ୟସରାଜ ଫିଲ୍ମସ୍ ସାହାଯ୍ୟ କରିବାର ନିସ୍ପତି ନେଇଛି । ୟସରାଜ ଏହି ୱାର୍କସଙ୍କ ପରିବାରକୁ ୫ ହଜାର ଟଙ୍କା ଏବଂ ରାସନର ସହାୟତା କରିବ ।

 

View this post on Instagram

 

A post shared by Salman Khan (@beingsalmankhan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.