କନେଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଗିରଫ ହେଲେ ସଲମାନଙ୍କ ଓକିଲ

ଗିରଫ ହେଲେ ବଲିଉଡର ଦବଙ୍ଗ ଖାନ୍‌ ତଥା ସଲମାନ ଖାନ୍‌ଙ୍କ ଓକିଲ । କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନଙ୍କ କେସ୍‌ ଲଢ଼ୁଥିବା ଓକିଲ ଗିରଫ ହୋଇଛନ୍ତି । ଜଣେ କନଷ୍ଟେବଳଙ୍କୁ ଗାଡି ଚଢ଼ାଇ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ରାଜସ୍ଥାନ ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନାରୁ ଜଣାଯାଇଛିଯେ ରାଜସ୍ଥାନ ଯୋଧପୁରରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଉପରକୁ ଓକିଲଙ୍କ ଗାଡି ମାଡି ଯାଇଥିଲା । ଏହାପରେ କନେଷ୍ଟବଳ ଜଣଙ୍କ ଡିଭାଇଡରରେ ପିଟି ହୋଇ ପୁଣି କାର ତଳକୁ ଚାଲି ଆସିଥିଲେ । ଗୁରୁତର ଅବସ୍ଥାରେ କନେଷ୍ଟବଳଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପୁଲିସ ସଂପୃକ୍ତ ଓକିଲଙ୍କୁ ଗିରଫ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.