ଜୁହି ଚାଓ୍ଵଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌ ଖାନ୍‌ କିନ୍ତୁ ପିତାଙ୍କ ଠାରୁ ମିଳିଥିଲା ଏହି ଉତ୍ତର

ଜୁହି ଚାଓ୍ଵଲା ବଲିଉଡର ସବୁଠାରୁ ସୁନ୍ଦର ଅଭନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଆଜି ଜୁହି ଚାଓ୍ଵଲା ତାଙ୍କର ୫୨ତମ ଜନ୍ମଦିନ ପାଳନ କରିବେ। ପାଖାପାଖି ତିରିଶ ବର୍ଷ ପୂର୍ବରୁ ସେ ମିସ୍‌ ଇଣ୍ଡିଆ ପଦବୀ ହାସଲ କରିଥିଲେ। ଜୁହି ଚାଓ୍ଵଲା ୯୦ ଦଶକରେ ଚୁଳବୁଲି ଝିଅ ଭାବେ ଦର୍ଶକମାନଙ୍କ ମନରେ ରାଜ କରିଥିଲେ। ୧୯୮୬ ମସିହାରେ ଫିଲ୍ମ ‘ସୁଲତାନେଟ୍‌’ ରେ ବଲିଉଡ୍‌ରେ ପାଦ ରଖିଥିଲେ। କିନ୍ତୁ ଏହି ଫିଲ୍ମଟି ଫ୍ଲପ୍‌ ହୋଇଯାଇଥିଲା। ଏହାର ଦୁଇ ବର୍ଷ ପରେ ଫିଲ୍ମ ‘କୟାମତ ସେ କୟାମତ ତକ’ ରେ ଜୁହି ନଜର ଆସିଥିଲେ। ଏହି ଫିଲ୍ମ ବ୍ଲକବଷ୍ଟର ହେବା ସହ ଜୁହି ରାତାରାତି ଷ୍ଟାର ହୋଇଯାଇଥିଲେ।

juhi-ଫିଲ୍ମରେ ନିଜର ଦମଦାର୍‌ ଅଭିନୟ ପାଇଁ ତାଙ୍କୁ ସେହି ବର୍ଷ ନବୋଦିତ ଅଭିନେତ୍ରୀର ଫିଲ୍ମଫେୟର ପୁରସ୍କାର ମଧ୍ୟ ମିଳିଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ ମାଧ୍ୟମରେ ଦର୍ଶକମାନଙ୍କର ମନ ଜିତିଥିଲେ। ଜୁହି ସଲମାନ ଖାନ୍‌ଙ୍କ ସହ ମଧ୍ୟ ଅନେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଥିବା ଆଫେୟର୍‌ ଖବର କେବେବି ସାମ୍ନାକୁ ଆସିନଥିଲା। କିନ୍ତୁ ଆପଣମାନେ ଜାଣିଛନ୍ତି କି ସଲମାନ କେବେ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ତାଙ୍କ ପିତାଙ୍କ ଠାରୁ ହାତ ମାଗିବାକୁ ମଧ୍ୟ ଯାଇଥିଲେ। ଏହି କଥା ନିଜେ ସଲମାନ ଖାନ୍‌ କହିଛନ୍ତି। ସଳମାନ କହିଛନ୍ତି, ଜୁହି ବହୁତ ସ୍ୱିଟ୍‌ ଏବଂ ପ୍ୟାରୀ। ମୁଁ ତାଙ୍କ ବାପାଙ୍କୁ ମଧ୍ୟ ପଚାରିଥିଲି କଣ ଆପଣ ଜୁହିଙ୍କୁ ମୋ ସହିତ ବିବାହ ଦେବେ। କିନ୍ତୁ ସେ ମନା କରିଦେଇଥିଲେ। ବୋଧହୁଏ ମୁଁ ତାଙ୍କ ବାପାଙ୍କୁ ପସନ୍ଦ ଆସିନଥିଲି।

ଏହାସହ ପଢନ୍ତୁ: ‘ମୁନ୍ନି ବଦ୍‌ନାମ ହୁଇ’ ପରେ ଇଣ୍ଟରନେଟରେ ଧମାଲ କରୁଛି ‘ମୁନ୍ନା ବଦ୍‌ନାମ ହୁଆ’, ଦବଙ୍ଗ ୩ର ଗୀତ ରିଲିଜ୍‌

juhi1ଜୁହି ଚାଓ୍ଵଲାଙ୍କ ନାଁ କୌଣସି ଆକ୍ଟରଙ୍କ ସହ ଯୋଡି ହୋଇନଥିଲା। କାରଣ କ୍ୟାରିୟର ଆରମ୍ଭରେ ହିଁ ତାଙ୍କର ସାକ୍ଷାତକାର ଜୟ ମେହତାଙ୍କ ସହ ହୋଇସାରିଥିଲା। ୧୯୯୨ ମସିହାରେ ନିର୍ଦେଶକ ରାକେଶ ରୋସନ ଦୁଇ ଜଣଙ୍କୁ ସାକ୍ଷାତକାର କରାଇଥିଲେ। ଏହା ମଧ୍ୟରେ ଜୁହି ଏବଂ ଜୟଙ୍କ ମଧ୍ୟରେ ସମ୍ପର୍କ ବଢିଯାଇଥିଲା। ସେହି ସମୟରେ ଜୁହିଙ୍କ ମା’ଙ୍କ ମୃତ୍ୟୁ ତାଙ୍କୁ ଖୁବ୍‌ ଭାଙ୍ଗି ଦେଇଥିଲା। ଏହି ସମୟରେ ଜୟ ତାଙ୍କର ସାହାରା ହୋଇଥିଲେ। ଏହାପରେ ଜୁହି ୧୯୯୫ ମସିହାରେ ଜୟ ମେହତାଙ୍କୁ ବିବାହ କରିଥିଲେ। ଦୁଇ ଜଣଙ୍କ ଦୁଇଟି ସନ୍ତାନ ଝିଅ ଜାହ୍ନବୀ ଏବଂ ପୁଅ ଅର୍ଜୁନ । ଶେଷ ଥର ପାଇଁ ଜୁହି ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ରେ ନଜର ଆସିଥିଲେ। ଏହାପରେ୧୯୯୭ ମସିହାରେ ଜୁହି ହିଟ୍‌ ଫିଲ୍ମ ‘ଇସ୍କ୍‌’ ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.