ସମ୍ବିତ ବନିଲେ ଟଲିଉଡ଼ର “ବିକ୍ରମ ରେଡି”, ସୁଟିଂରେ ରହିଛନ୍ତି ଏବେ ମସଗୁଲ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶାର ଜଣେ ଜଣାଶୁଣା ଅଭିନେତା ଭାବେ ବେଶ ପରିଚିତ ସମ୍ବିତ ଆଚାର‌୍ୟ୍ୟ। ହାପି ଲକି ଭଳି ସୁପରହିଟ ଦେଇଥିବା ନାୟକ ଏବେ ତାଙ୍କ ଅଭିନୟର ଜଳୱା ଦେଖାଉଛନ୍ତି ଟଲିଉଡ଼ରେ। ଆଜ୍ଞା ହଁ, ଅଭିନତା ସମ୍ବିତ ଆଚାର‌୍ୟ୍ୟ ଏବେ ଟଲିଉଡ଼ର ସୁପରହିଟ ଫିଲ୍ମ ଅର୍ଜୁନ ରେଡିର ସ୍ବିକେଲ ବିକ୍ରମ ରେଡିରେ ନଜର ଆସିବାକୁ ଯାଉଛନ୍ତି।

sabeet

ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏହା ଖୁବ୍ ଖୁସି ଖବର। ଅଭିନେତା ସବ୍ୟସାଚ୍ଚୀଙ୍କ ପରେ ଏବେ ସମ୍ବିତ ତେଲୁଗୁ ଇଣ୍ଡଷ୍ଟ୍ରିରେ ନିଜର ଜଳୱା ଦେଖାଇବେ। ଫିଲ୍ମଟି ଉଦ୍ଭୟ ତେଲୁଗୁ ଏବଂ ଓଡ଼ିଆରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି। ଏଥିରେ ସମ୍ବିତଙ୍କ ବ୍ୟତିତ ଓଲିଉଡ଼ର ଶ୍ରୀତମ ଦାସ ଏବଂ ସମରେଶଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟି ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବାକୁ ଥିବା ବେଳେ ରିଲିଜ୍ ଡେଟ୍ ନେଇ କୌଣସି ସୂଚନା ମିଳିନାହିଁ। ତେବେ ସମ୍ବିତଙ୍କ ଆଜି ଜନ୍ମଦିନ ହୋଇଥିବା ବେଳେ ଖୁବ୍ ଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.