ସମ୍ଭାବନା କଲେ ଓଡ଼ିଶାକୁ ଗର୍ବିତ, “ରାଜବେଟା” ଧାରାବାହିକର ମୁଖ୍ୟ ଚରିତ୍ରରେ ଆସିଲେ ନଜର

ମୁମ୍ବାଇ : ଓଡିଶା ଏବେ କୌଣସି ଜିନିଷରେ ଅନ୍ୟ ରାଜ୍ୟ ମାନଙ୍କରୁ ପଛରେ ରହିନାହିଁ । ଆଜି ଆମେ ଆପଣଙ୍କୁ ମନୋରଞ୍ଜନ କ୍ଷେତ୍ରରେ ଓଡ଼ିଶାର ଆଉ ଏକ ସଫଳତା ବିଷୟରେ କହିବାକୁ ଯାଉଛୁ । ଅଜ୍ଞା ହଁ, ପୁଣି ଜଣେ ଓଡ଼ିଆ ଝିଅ ନଜର ଆସିଛନ୍ତି ଜି ଚ୍ୟାନେଲର ଧାରାବାହିକ ରାଜବେଟାରେ।

sambhabana 1

ସେ ଅଭିନେତ୍ରୀ ଆଉ କିଏ ନୁହଁ , ଓଡ଼ିଆର ଜଣାଶୁଣା କଳାକାର ସ୍ନିଗ୍ଧ ମହାନ୍ତିଙ୍କ ଝିଅ ସମ୍ଭାବନା ମହାନ୍ତି । ଓଡ଼ିଆ ଚଳଚିତ୍ରରେ ଜଣ ସଫଳ ଅଭିନେତ୍ରୀ ଭାବେ ନଜର ଆସିବା ପରେ ଏବେ ତାଙ୍କ ଅଭିନୟର ଜଲୱା ସେ ହିନ୍ଦୀ ଧାରାବାହିକରେ ଦେଖାଇଛନ୍ତି। ଏନେଇ ଦେଶର ଘରେ ଘରେ ଏବେ ସେ ପରିଚିତ ହୋଇପାରିଛନ୍ତି ।ଧାରାବାହିକ ଜରିଆରେ ନିଜକୁ ଜଣେ ଭଲ ଝିଅ ଏବଂ ବୋହୂ ପ୍ରମାଣିତ କରିଛନ୍ତି ସମ୍ଭାବନା ।

sambhab

ରାଜବେଟା ଧାରାବାହିକଟି ସମ୍ପୂର୍ଣ ଭାବେ ମୁଖ୍ୟ ଚରିତ୍ର ରାହୁଲ ସୁଧୀର ଅର୍ଥାତ ବେଦାନ୍ତ ତ୍ରିପାଠୀଙ୍କ ଉପରେ ଆଧାରିତ। ସମ୍ଭାବନା ଏଥିରେ ରାହୁଲଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସୁଛନ୍ତି। ଏଥିରେ ପରିବାରର ଭଲପାଇବା ପାଇଁ ଦୁଇ କଳାକାରଙ୍କ ସଂଘର୍ଷର କାହାଣୀ ଦର୍ଶାଯାଇଛି। ତେବେ ଧାରାବାହିକାଟି ଦୀର୍ଘ ୨ ସପ୍ତାହ ହେଲା ଆରମ୍ଭ ହୋଇଥିବା ବେଳେ ଏହାକୁ ବେଶ ଲୋକପ୍ରିୟତା ମିଳୁଛି।

Leave A Reply

Your email address will not be published.