Below header

ବଲିଉଡ୍‌ ଅଭିନେତ୍ରୀ ସମୀରା ରେଡ୍ଡୀ ଦୁଇ ମାସର ଶିଶୁ କନ୍ୟା ନାୟରା ସହ ଚଢିଲେ କର୍ଣ୍ଣାଟକର ସବୁଠାରୁ ଉଚ୍ଚ ପାହାଡ

ନୂଆ ମା’ ହୋଇଥିବା ସମୀରା ରେଡ୍ଡୀ ନିଜର ପ୍ରଶଂସକ ପାଇଁ ସମସ୍ତ ପ୍ରକାର ଲକ୍ଷ ନିର୍ଦ୍ଦାରିତ କରିସାରିଛନ୍ତି। ୩୫ ବର୍ଷିୟ ଅଭିନେତ୍ରୀ ତାଙ୍କର ୨ ମାସର ଝିଅ ନାୟରାକୁ ଧରି କର୍ଣ୍ଣାଟକର ସବୁଠୁ ଉଚ୍ଚ ପାହାଡ଼ ମୁଲାୟନଗିରି ପାହାଡ଼ ଚଢ଼ିବାକୁ ପ୍ରୟାସ କରିଥିଲେ। ସବୁଠ।ରୁ ବଡ଼ କଥା ହେଉଛି, ତାଙ୍କର ଏ ହି ସାହସିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ପାହଡ଼ ଚଢ଼ା ନେଇ ସୋମବାର ଅପରାହ୍ନରେ ସମୀରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଜରିଆରେ ଜଣାଇଥିଲେ। ସେ ପାହାଡ଼ ଚଢୁଥିବାର ଫଟୋ ଓ ଭିଡିଓ ପୋଷ୍ଟ୍ କରିଥିଲେ।

sameera reddyପୋଷ୍ଟ କରିଥିବା ଭିଡିଓରେ ସମୀରା ଲେଖିଥିଲେ,“ନାୟରା ସହିତ ମୁଲାୟନଗିରି ପାହାଡ଼ ଚଢ଼ିବା ପାଇଁ ଚେଷ୍ଟା କରୁଛି। ମୁଁ ନିଃଶ୍ୱାସ ନେଇ ପାରୁନାହିଁ। ତେଣୁ ଅଧାରୁ ପାହାଡ଼ ଚଢ଼ିବା ବନ୍ଦ କରୁଛି। ଏହି ପାହାଡ଼ର ଉଚ୍ଚତା ୬୩୦୦ ଫିଟ୍ ଓ ଏହା କର୍ଣ୍ଣାଟକାର ସବୁଠାରୁ ଉଚ୍ଚ ପାହାଡ଼।”

ସମୀରାଙ୍କର ଏହି ପୋଷ୍ଟରେ ନୂଆ କରି ମା’ ହୋଇଥିବା ଅନେକ ମହିଳା ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ତାଙ୍କଠାରୁ ପ୍ରେରଣା ପାଇଥିବା ଲେଖିଛନ୍ତି। ଏହାର ଜବାବରରେ ସମୀରା ଲେଖିଛନ୍ତି ଯେ ଏନେଇ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବାରୁ ସେ ବହୁତ ଖୁସି।

ଏହାସହ ପଢନ୍ତୁ: ମା’ ହେବେ କଲ୍କି କୋଚଲିନ୍‌, ଏପରି କରିବେ ଶିଶୁକୁ ଜନ୍ମ

ସମୀରା ୨୦୧୩ରେ ବ୍ୟବସାୟୀ ଅକ୍ଷୟ ଭରଦେଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଅଭିନୟ ଛାଡ଼ି ଦେଇଥିଲେ। ୨୦୧୫ରେ ତାଙ୍କ ପୁଅ ଜନ୍ମ ହୋଇଥିଲା। ‘ଟାକ୍ସି ନମ୍ୱର ୯୨୧୧’, ‘ଦେ ଦନା ଦନ୍’ ଓ ‘ମୈନେ ଦିଲ୍ ତୁଝକୋ ଦିୟା’ ପରି ଫିଲ୍ମରେ ସମୀରା ଅଭିନୟ କରିଛନ୍ତି।

https://www.instagram.com/p/B3Bl8KwHoex/?utm_source=ig_web_copy_link

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.