ଭୁଲଭୁଲୟା କିଲ୍ଲା ଗଢକୁଣ୍ଡାର, ଯେଉଁଠୁ ହଠାତ୍‌ ଗାଏବ ହୋଇଯାଇଥିଲେ ବରଯାତ୍ରୀ ଦଳ

ଦୁନିଆରେ ଯେଉଁସବୁ କିଲ୍ଲା ରହିଛି, ତାହା ରହସ୍ୟ ଏବଂ ଜିଜ୍ଞାସାରେ ପରିପୂର୍ଣ୍ଣ ରହିଥାଏ। ଏପରି କେତେକ କିଲ୍ଲା ରହିଛି, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ ସଠିକ ତଥ୍ୟ କେହି ପାଇନାହାନ୍ତି। ଏପରି ଏକ କିଲ୍ଲା ଭାରତରେ ମଧ୍ୟ ରହିଛି, ଯାହା ମଧ୍ୟରେ ଅନେକ ରହସ୍ୟ ଭରପୂର ହୋଇ ରହିଛି। ଏପରି ଏକ ରହସ୍ୟମୟ କିଲ୍ଲା ଉତ୍ତରପ୍ରଦେଶର ଝାନସୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି। ଯାହାର ନାମ ଗଢକୁଣ୍ଡାର କିଲ୍ଲା। ୧୧ତମ ଶତାବ୍ଦୀରେ ନିର୍ମିତ ଏହି କିଲ୍ଲା ପାଞ୍ଚ ମହଲା ବିଶିଷ୍ଟ। ଯେଉଁଥିରେ ତିନି ମହଲା ଉପରେ ରହିଥିବା ବେଳେ ଅନ୍ୟ ଦୁଇଟି ମହଲା ମାଟି ତଳେ ରହିଛି।

3

ଏହି କିଲ୍ଲାକୁ ସେତେବେଳେ କିଏ ନିର୍ମାଣ କରିଥିଲା, କେତେବବେଳେ ନିର୍ମାଣ କରିଥିଲା ତାହା ବିଷୟରେ କାହାକୁ ମଧ୍ୟ ଜଣାନାହିଁ। କିନ୍ତୁ ଏହା ୧୫୦୦ କିମ୍ବା ୨୦୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି। ଏଠାରେ ଚନ୍ଦେଲ, ବୁନ୍ଦେଲ ଏବଂ ଖଙ୍ଗାର ଭଳି ଅନେକ ଶାସକ ଶାସନ କରିଛନ୍ତି। ଏହି କିଲ୍ଲା ସୁରକ୍ଷା ଦୃଷ୍ଟିରୁ ନିର୍ମାଣ କରାଯାଇଥିଲା। ଯାହା ଲୋକମାନଙ୍କୁ ଭ୍ରମିତ କରୁଥିଲା। ଏହାକୁ ଏପରି ନିର୍ମାଣ କରାଯାଇଥିଲା ଯାହା ଚାରି ପାଞ୍ଚ କିଲୋମିଟର ଦୂରରୁ ତ ଦେଖାଯାଉଥିଲା କିନ୍ତୁ ଏହା ପାଖରୁ ଦେଖିଲା ବେଳକୁ ବନ୍ଦ ହେଉଯାଉଥିଲା। କିଲ୍ଲାକୁ ଯିବାକୁ ନିର୍ମିତ ହେଇଥିବା ରାସ୍ତା ଲୋକମାନଙ୍କୁ ଭ୍ରମିତ କରୁଥିଲା।

ଏହାସହ ପଢନ୍ତୁ ; ପିମ୍ପୁଡି କ’ଣ ପାଇଁ ସବୁବେଳେ ସିଧା ଲାଇନରେ ଚାଲିଥାନ୍ତି ? ଜାଣନ୍ତି କି ଏହାର ରହସ୍ୟ

2

ଏହି କିଲ୍ଲା ଭାରତର ସବୁଠାରୁ ରହସ୍ୟମୟ କିଲ୍ଲା ମଧ୍ୟରେ ଗଣିତ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, କିଛି ସମୟ ପୂର୍ବରୁ ଏହା ନିକଟରେ ଥିବା ଏକ ଗାଁକୁ ଆସିଥିବା ବରଯାତ୍ରୀ ଦଳ ଏହି କିଲ୍ଲାକୁ ବୁଲିବାକୁ ଆସିଥିଲେ। ବୁଲିବା ବେଳେ ସେମାନେ ଏହାର ମାଟି ଭିତରେ ଥିବା ମହଲାକୁ ଚାଲିଯାଇଥିଲେ ଏବଂ ସେଠାରୁ କେଉଁଆଡେ ଗାଏବ ହୋଇଯାଇଥିଲେ। ଏପର୍ଯ୍ୟନ୍ତ ସେହି ୫୦ ରୁ ୬୦ ଜଣଙ୍କ ବିଷୟରେ କିଛି ବି ଜଣାପଡିନାହିଁ।

garhkundar-fort

ଏହାପରେ ଆଉ ଅନେକ ଘଟଣା ଘଟିଥିଲା ସେବେ ଠାରୁ କିଲ୍ଲାର ତଳ ମହଲାକୁ ଯିବାକୁ ଥିବା ସବୁ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା। ଏହି କିଲ୍ଲା ଏକ ଭୁଲ ଭୁଲୟା ଭଳି। ଯଦି ଆପଣଙ୍କୁ ଏହା ବିଷୟରେ କିଛି ବି ଖବର ନାହିଁ ତେବେ ଭୁଲରେ ଏହି ସ୍ଥାନକୁ ଯାଆନ୍ତୁ ନାହିଁ। କିଲ୍ଲାରେ ଏତେ ମାତ୍ରାରେ ଅନ୍ଧକାର ରହିଛି ଯେ ଦିନରେ ଯିବାକୁ ମଧ୍ୟ ଡର ଲାଗିଥାଏ। କୁହାଯାଏ ଏହି କିଲ୍ଲାରେ ଏକ ଗୁପ୍ତ ଧନ ରହିଛି, ଯାହାକୁ ପାଇବା ଚକ୍କରରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.