Below header

ସନା ଓ ଅନସ୍‌ ହେଲେ ମା’, ବାପା, ଘରକୁ ଆସିଲା ଶିଶୁପୁତ୍ର; ଇନ୍‌ଷ୍ଟାରେ ଭିନ୍ନ ଢଙ୍ଗରେ ଖୁସି ଖବର ସେୟାର କଲେ ଦମ୍ପତି

ଅଭିନୟଠୁ ଦୂରେଇ ଯାଇଥିବା ସନା ଖାନ ଓ ଅନସ୍‌ ସୈୟଦ ମା’, ବାପା ହୋଇଛନ୍ତି। ସନା ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏ ବିଷୟରେ ସନା ନିଜେ ନିଜର ଇନ୍‌ଷ୍ଟାଗ୍ରାମରୁ ପୋଷ୍ଟ୍‍ ସେୟାର କରି ଏହି ଖୁସି ଖବର ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି।

ଅଭିନୟଠୁ ଦୂରେଇ ଯାଇଥିବା ସନା ଖାନ ଓ ଅନସ୍‌ ସୈୟଦ ମା’, ବାପା ହୋଇଛନ୍ତି। ସନା ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏ ବିଷୟରେ ସନା ନିଜେ ନିଜର ଇନ୍‌ଷ୍ଟାଗ୍ରାମରୁ ପୋଷ୍ଟ୍‍ ସେୟାର କରି ଏହି ଖୁସି ଖବର ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି। ସେ ବହୁତ ରୋଚକ ଢଙ୍ଗରେ ଶିଶୁପୁତ୍ର ଜନ୍ମ ହେବାର ଖୁସି ପରିପ୍ରକାଶ କରିଛନ୍ତି।

ସନା ଯେଉଁ ପୋଷ୍ଟ୍‍ ସେୟାର କରିଛନ୍ତି, ସେଥିରେ ୩ଟି ହାତ ଥିବା ଫଟୋ ଦେଖିବାକୁ ମିଳୁଛି। ଫଟୋ ଏବଂ ଭିଡିଓରୁ ଜଣାପଡ଼ୁଛି, ସନାଙ୍କ ଘରେ ଖୁସିର ଲହରି ଖେଳିଛି। ସନା ଓ ଅନସ୍‌ ଏହାର କ୍ୟାପସନ ଲେଖିଛନ୍ତି, ‘ଆଶା ଅଛି ଯେ ଅଲ୍ଲାହ ଆମକୁ ଆଗାମୀ ଦିନରେ ଆହୁରି ଭଲ କରିବେ, ଯେପରି ଆମେ ନିଜ ପିଲାକୁ ଭଲ ଭାବରେ ଲାଳନପାଳନ କରିପାରିବୁ। ସେ ଅଲ୍ଲାହଙ୍କ ସମ୍ପତ୍ତି। ତାକୁ ଆହୁରି ଭଲ କରିବୁ। ଆପଣ ସମସ୍ତଙ୍କର ଆଶୀର୍ବାଦ ଏବଂ ପ୍ରେମ ପାଇଁ ଧନ୍ୟବାଦ’।

କହି ରଖୁଛୁ, ଅନସ୍‌ ସୈୟଦ ହଜ୍‌ ଯାତ୍ରାରେ ଯାଇଥିଲେ। ଏପଟେ ପତ୍ନୀ ସନା ନିଜ ସ୍ୱାମୀଙ୍କୁ ଅପେକ୍ଷା କରି ରହିଥିଲେ। ଏମିତିରେ ସନା ନିଜ ସ୍ୱାମୀଙ୍କ ସ୍ୱାଗତ ପାଇଁ ବହୁତ ଭଲ ପ୍ରସ୍ତୁତି କରିଥିଲେ। ସେ ହଜ୍‌ କରି ଆସିବା ଖୁସିରେ ସନା ପୂରା ଘରକୁ ସଜେଇ ରଖିଥିଲେ। ଏହାରି ଭିତରେ ଦମ୍ପତିଙ୍କୁ ଏହି ଖୁସି ଖବର ମିଳିଛି। ଉଭୟେ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।

ସନା ଓ ଅନସ୍‌ ୨୦୨୦ ନଭେମ୍ବର ୨୦ରେ ଲୁଚାଛପାରେ ପରସ୍ପରକୁ ବାହା ହୋଇଥିଲେ। ସୋସିଆଲ ମିଡିଆରେ ନିକାହର ଫଟୋ ସେୟାର କରି ଅଭିନେତ୍ରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସନାଙ୍କ ସ୍ୱାମୀ ଜଣେ ମୌଲାନା, ଯିଏ କି ଗୁଜରାଟ ସୁରଟର ବାସିନ୍ଦା।

 

View this post on Instagram

 

A post shared by Saiyad Sana Khan (@sanakhaan21)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.