ଷ୍ଟେସନରେ ମିଳିଲାନି ହ୍ଵିଲ ଚେୟାର, ମହିଳାଙ୍କୁ ହାତରେ ଟେକି ଧରିି କୋଚ ପାଖରେ ପହଞ୍ଚାଇଲେ RPF ଅଧିକାରୀ

ଗୋଡ଼ରେ ସମସ୍ୟା ଥିବାରୁ ମହିଳା ଯାତ୍ରୀ ମୁମ୍ବାଇର ବୋରଓ୍ଵଲିି ଷ୍ଟେସନରେ ହ୍ଵିଲ ଚେୟାର ମାଗିଥିଲେ । କିନ୍ତୁ ଷ୍ଟେସନରେ ହ୍ଵିଲ ଚେୟାର ଉପଲବ୍ଧ ନଥିଲା । ଆରପିଏଫ ଅଧିକାରୀ ମହିଳାଙ୍କୁ ନିଜ ହାତରେ ଟେକି ଧରିି ଟ୍ରେନ କୋଚ ପାଖରେ ପହଞ୍ଚାଇଥିଲେ । ମୁମ୍ବାଇ ବୋରଓ୍ଵଲିି ଷ୍ଟେସନରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ।

ବର୍ତ୍ତମାନ ସମୟରେ ମାନବିକତା ଧିରେ ଧିରେ ହଜି ଯାଉଛି । କେହି କାହାର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ମଣିଷ ପାଖରେ ନିଜ ବ୍ୟତୀତ ଅନ୍ୟ କାହା ପାଇଁ ସମୟ ନାହିଁ । କିନ୍ତୁ ଏଭଳି କଥାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ RPF ଅଧିକାରୀ । RPF ଅଧିକାରୀ ନିଜ ଡ୍ୟୁଟି ସମୟରେ ଦେଖାଇଛନ୍ତି ମାନବିକତା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୁମ୍ବାଇ ବୋରଓ୍ଵଲିି ଷ୍ଟେସନରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ।

ଜଣେ ମହିଳା ଯାତ୍ରୀଙ୍କ ଅପରେସନ ହୋଇଥିଲା, ଯେଉଁଥିପାଇଁ ସେ ଷ୍ଟେସନରେ ହ୍ଵିଲ ଚେୟାର ମାଗିଥିଲେ କିନ୍ତୁ ଷ୍ଟେସନରେ ହ୍ଵିଲ ଚେୟାର ଉପଲବ୍ଧ ନଥିଲା । ଷ୍ଟେସନରୁ ଟ୍ରେନ ଛାଡ଼ିଦେବା ଭୟରେ ମହିଳା ଚିନ୍ତା ପ୍ରକାଶ କରିଥିଲେ । ଏପରିସ୍ଥିତିରେ ଜଣେ ଆରପିଏଫ ଅଧିକାରୀ ନିଜର ମାନବିକତା ଦେଖାଇଥିଲେ । ମହିଳାଙ୍କୁ ନିଜ ହାତରେ ଟେକି ଧରିି ଟ୍ରେନ କୋଚ ପାଖରେ ପହଞ୍ଚାଇଥିଲେ RPF ଅଧିକାରୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ହୋଇଥିବା ଭିଡିଓରେ RPFର ASI ପଦରେ ଥିବା ଅଧିକାରୀ ମାନସିଂହଙ୍କ ପ୍ରଶଂସା କରାଯାଉଛି । ମାନସିଂହ ଜଣେ ମହିଳା ଯାତ୍ରୀଙ୍କୁ ନିଜ ହାତରେ ଉଠାଇ ଟ୍ରେନର କୋଚ ପାଖରେ ପହଞ୍ଚାଇଥିଲେ । କୁହାଯାଉଛି ନିକଟରେ ହିଁ ମହିଳାଙ୍କ ଅପରେସନ ହୋଇଥିଲା । ଏହି କାରଣରୁ ତାଙ୍କୁ ଚାଲିବାରେ ସମସ୍ୟା ହୋଇଥିଲା । ଗୋଡ଼ରେ ସମସ୍ୟା ଥିବାରୁ ମହିଳା ଯାତ୍ରୀ ମୁମ୍ବାଇର ବୋରଓ୍ଵଲିି ଷ୍ଟେସନରେ ହ୍ଵିଲ ଚେୟାର ମାଗିଥିଲେ । କିନ୍ତୁ ଷ୍ଟେସନରେ ହ୍ଵିଲ ଚେୟାର ଉପଲବ୍ଧ ନଥିଲା । ଯେତେବେଳେ ଏହି ମାମଲା ରେଳ ବିଭାଗରେ ପହଞ୍ଚିଥିଲା RPF ଅଧିକାରୀ ବିଳମ୍ବ ନକରି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଥିଲେ । ଟ୍ରେନ ଷ୍ଟେସନରୁ ଛାଡ଼ିବା ପୂର୍ବରୁ ହିଁ ସେ ଉକ୍ତ ମହିଳାଙ୍କୁ ହାତରେ ଟେକି ଧରି ତାଙ୍କ କୋଚ ନିକଟରେ ପହଞ୍ଚାଇଥିଲେ ।

ଏହି ମାମଲାର ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । RPF ଅଧିକାରୀଙ୍କ ମାନବିକତାକୁ ଦେଖି ମୋବାଇଲ ୟୁଜର୍ସ ପ୍ରଶଂସା କରୁଛନ୍ତି । ଅନ୍ୟପଟେ ମୁମ୍ବାଇର ବୋରଓ୍ଵଲି ଭଳି ବଡ଼ ଷ୍ଟେସନରେ ହ୍ଵିଲ ଚେୟାର ଭଳି ସାମାନ୍ୟ ସୁବିଧା ନଥିବାରୁ ରେଳ ବିଭାଗ ଉପରେ ଆଲୋଚନା ଆରମ୍ଭ ହୋଇଛି ।

 

View this post on Instagram

 

A post shared by India Today (@indiatoday)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.