Below header

“ପ୍ରଥମ ସୁଟିଂରୁ କାନ୍ଦି କାନ୍ଦି ଘରକୁ ଫେରିଥିଲି” ସାନ୍ୟା ମଲହୋତ୍ରା

ମୁମ୍ବାଇ : ବଲିଉଡ଼ରେ ହିରୋ ଏବଂ ହିରୋଇନ ହେବା ପାଇଁ ଦୈନିକ ଲକ୍ଷ ଲକ୍ଷ ଲୋକ ମୁମ୍ବାଇରେ ପହଞ୍ଚିଥାନ୍ତି। କିନ୍ତୁ ସେଥିମଧ୍ୟରେ ଅଳ୍ପ କିଛିଙ୍କର ହିଁ ସ୍ବପ୍ନ ସାକାର ହୋଇଥାଏ। ସେହିପରି କିଛି ରହିଥିଲା ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କର କ୍ୟାରିୟର ଆରମ୍ଭବସ୍ଥା। ଯାହା ବିଷୟରେ ସେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି। ସେ ତାଙ୍କର ପ୍ରଥମ ଆଡ୍ ସୁଟିଂ ସାରି ଅଟୋରେ କାନ୍ଦି କାନ୍ଦି ଘରକୁ ଫେରିଥିଲେ ବୋଲି କହିଛନ୍ତି।

sanya-malhotra

ସାନ୍ୟା କହିଛନ୍ତି, ଅଭିନେତ୍ରୀ ହେବାର ସ୍ୱପ୍ନ ନେଇ ମୁଁ ମୁମ୍ବାଇ ଆସିଥିଲେ । ପରେ ଏଠାରେ ସେ ଅନେକ ଫିଲ୍ମ ପାଇଁ ଅଡିସନ୍ ବି ଦେଇଥିଲି । କିନ୍ତୁ କେଉଁଥିରେ ବି ସଫଳ ହୋଇନଥିଲି । ସମୟ ଏଭଳି ହୋଇଥିଲା ଯେ ସେ ରହୁଥିବା କଲୋନୀରେ ମହିଳାମାନଙ୍କୁ ଯୋଗ ଶିଖାଇ ପଇସା ରୋଜଗାର କରୁଥିଲେ। ପିଲାଙ୍କୁ ଡାନ୍ସ ମଧ୍ୟ ଶିଖାଉଥିଲେ। ଅନେକ ସଂଘର୍ଷ ପରେ ତାଙ୍କୁ କିଛି ଆଡ୍ ମିଳିଥିଲା । ତେବେ ଆଡର ପ୍ରଥମ ଦିନର ସୁଟିଂ ପରେ ଖୁବ କାନ୍ଦିଥିଲେ ସାନ୍ୟା । କାରଣ ସୁଟିଂସେଟରେ ତାଙ୍କୁ କେହି ବି ସାହାଯ୍ୟ କରିନଥିଲେ ।

fatima_sanya

ସାନ୍ୟା ମଲୋହୋତ୍ରାଙ୍କ ପାଇଁ ସହଜ ରହିନାହିଁ ଅଭିନୟର ଯାତ୍ରା। ଦଙ୍ଗଲ ଓ ବଧାଇ ହୋ ଭଳି ସଫଳ ଫିଲ୍ମରେ ଅଭିନୟ କରି ଲାଇମ୍ଲାଇଟ୍କୁ ଆସିଛନ୍ତି ସାନ୍ୟା। ବଲିଉଡର ହିଟ୍ ନାୟିକାର ଟ୍ୟାଗ ମିଳିଛି ତାଙ୍କୁ । ଏବେ ତାଙ୍କ ହାତରେ ରହିଛି ଅନେକ ଅଫର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.