ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼, ଫାର୍ମ ହାଉସରୁ ପୋଲିସକୁ ମିଳିଲା ଆପତ୍ତିଜନକ ଔଷଧ

ସତୀଶ କୌଶିକଙ୍କ ମୃତ୍ୟୁରେ ସମସ୍ତେ ସ୍ତବ୍ଧ । ହେଲେ ଦିଲ୍ଲୀ ପୋଲିସକୁ ଏହି ମାମଲାରେ ଆଶ୍ଚର୍ଯ୍ୟକର ତଥ୍ୟ ମିଳିଛି । ସତୀଶଙ୍କ ଫାର୍ମ ହାଉସରୁ ପୋଲିସକୁ ମିଳିଛି ଆପତ୍ତିଜନକ ଔଷଧ ।

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ । ୬୬ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଦିଲ୍ଲୀ ପୋଲିସକୁ ଏହି ମାମଲାରେ ଆଶ୍ଚର୍ଯ୍ୟକର ତଥ୍ୟ ମିଳିଛି । ସତୀଶଙ୍କ ଫାର୍ମ ହାଉସରୁ ପୋଲିସକୁ ମିଳିଛି ଆପତ୍ତିଜନକ ଔଷଧ । ସତୀଶ ଦିଲ୍ଲୀସ୍ଥିତ ତାଙ୍କ ବନ୍ଧୁଙ୍କ ବାସଭବନରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ସତୀଶଙ୍କୁ ଯେଉଁମାନେ ହସପିଟାଲକୁ ଆଣିଥିଲେ, ପୋଲିସ ସେମାନଙ୍କୁ ପଚରାଉଚରା କରିଛି।

ଦିଲ୍ଲୀର ଫୋଟିସ୍‌ ହସପିଟାଲରେ ତାଙ୍କର ମୃତ୍ୟୁ ଘୋଷଣା କରାଯାଇଥିଲା। ତେବେ ତାଙ୍କ ଶରୀରରେ ସେମିତି କିଛି ଗୁରୁତର ଆଘାତ ନଥିବା ହସପିଟାଲ ପକ୍ଷରୁ ସୂଚନା ମିଳିଛି। ପ୍ରାଥମିକ ଅବସ୍ଥାରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସତୀଶଙ୍କ ମୃତ୍ୟୁ ହୃଦଘାତଜନିତ୍ ହୋଇଥିବା ଜଣାପଡ଼ିଛି। ଏହାପରେ ପୋଲିସ ସତୀଶ କୌଶିକଙ୍କର ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି । ଏହାପରେ ସବୁ ସତ ଜଣାପଡିବ ।

ପୋଲିସ ହୋଲି ପାର୍ଟିକୁ ଆସିଥିବା ଅତିଥିଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରିଛି । ପୋଲିସ ଉଦ୍ୟୋଗପତିଙ୍କୁ ପଚରାଉଚରା ପାଇଁ ଚାଁହୁଛି ଯିଏ ସତୀଶଙ୍କ ମୃତ୍ୟୁପରେ ଫେରାର ହୋଇଯାଇଛନ୍ତି । ସତୀଶଙ୍କ ଫାର୍ମ ହାଉସରୁ ପୋଲିସକୁ ମିଳିଥିବା ଆପତ୍ତିଜନକ ଔଷଧ କିଏ ଆଣିଥିଲା ତା ବିଷୟରେ ପଚାରିବାକୁ ପୋଲିସ ଅନୁସନ୍ଧାନ କରୁଛି ।

ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ଓ ପୁନେର ଏଫ୍‌ଟିଆଇଆଇରେ ଅଧ୍ୟୟନ କରିଥିଲେ। ବଲିଉଡ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମଲକ୍ଷ୍ମଣ, ସାଜନ୍‌ ଚଲେ ଶଶୁରାଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ଦୁଇଥର ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.